ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା ପଦ୍ମପୁର ପିଏମ୍ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ଶିକ୍ଷା ଅଧିକାରୀ ତଥା ସ୍କୁଲର ପ୍ରଧାନ ଶିକ୍ଷକ ହୃଷୀକେଶ ରଥ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଡମ୍ବସରା ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଆଖୁସିଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ,ଆର୍ ଜି କଲେଜ ବିଜ୍ଞାନ ଅଧ୍ୟାପକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍କୁଲ୍ ସଭାପତି ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତ ଅତିଥି ଙ୍କୁ ପ୍ରଧାନ ଶିକ୍ଷକ ସ୍ଵାଗତ କରିଥିଲେ।ପରେ ସ୍କୁଲ୍ ପରିସରରେ ଲାଗିଥିବା ଆକାଂକ୍ଷା ଗ୍ୟାଲେରୀ, ଆକାଂକ୍ଷା ମେଳା,ଦୋକାନ ଯାତ୍ରା ଷ୍ଟଲ ଗୁଡ଼ିକ ଶୁଭ ଉଦଘାଟନ କରିବା ସହ ଅତିଥି ମାନେ ଷ୍ଟଲ ବୁଲି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଗୁଣପୁର ବିଧାୟକ ଭଲ ପଡ଼ିବାକୁ କହିବା ସହ ଓ ଛାତ୍ର ଛାତ୍ରୀ ଙ୍କ ପ୍ରଚେଷ୍ଟା ରେ ପ୍ରସ୍ତୁତ ପ୍ରକଳ୍ପ ,ସୃଜନଶିଳତା ଓ ବିଦ୍ୟାଳୟର ର ସାମଗ୍ରିକ ବିକାଶ କୁ ନେଇ ପ୍ରଂଶସା କରିଥିଲେ ।ପରେ ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ତ୍ରିଲୋଚନ ଶବର ଓ ବିଶ୍ଵଭାରତୀ ପାଣିଗ୍ରାହୀ ପରିଚାଳନା କରିଥିଲେ।ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିଲେ।
ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ
By Charcha News












