ପ୍ରଶାନ୍ତ ରାଉଳ/କୋଲକାତା:-
ଆଙ୍କର: ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲା ସ୍ଥିତ କୁଳତଳି ଥାନା ଅନ୍ତର୍ଗତ ବୃନ୍ଦାବନ ଖେୟା ମୋଡ ଅଞ୍ଚଳରେ ରାତିରେ ଗୁଳିକାଣ୍ଡ। ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଧ୍ୟାରେ ଦକ୍ଷିଣ ୨୪ ପ୍ରଗଣାର କୁଳତୁଳିର ବୃନ୍ଦାବନ ଖେୟା ଛକ ରେ ଦୁର୍ବୃତ୍ତମାନଙ୍କ ଗୁଳି ବିନିମୟରେ ତୃଣମୂଳ କଂଗ୍ରେସ ଦଳର କର୍ମୀ ସେଲିମ ଖାନ (୪୦) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ସୂତ୍ର ଅନୁଯାୟୀ, ସେହି ଛକ ରେ ସେଲିମଙ୍କର ଏକ ଚା’ ଦୋକାନ ଅଛି। ସେଦିନ ମଧ୍ୟ ସେ ପ୍ରତିଦିନ ପରି ଦୋକାନରେ ବସିଥିଲେ। ସେହି ସମୟରେ ହଠାତ୍ ବିଦ୍ୟୁତ୍ କାଟ ହୋଇଗଲା। ଅଞ୍ଚଳରେ ଅନ୍ଧାର ହେବା ମାତ୍ରେ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ ଦୁର୍ବୃତ୍ତମାନେ ହଠାତ୍ ଚାରି ରାଉଣ୍ଡ ଗୁଳି ଏବଂ ତିନୋଟି ବୋମା ପକାଇଥିଲେ। ସେଥିମଧ୍ୟରୁ ଦୁଇଟି ସେଲିମଙ୍କ ପିଠି ଏବଂ ଗାଲରେ ବାଜିଥିଲା। ସେ ତଳେ ପଡ଼ିଯାଇଥିଲେ। ପୁଲିସ ସୂତ୍ର ଅନୁଯାୟୀ, ଦୁର୍ବୃତ୍ତମାନେ ଦୁଇଜଣ କରି ବାଇକ୍ରେ ଆସିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରୁ ବନ୍ଧୁକ ଏବଂ ଏକ ତାଜା ବୋମା ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ଅନ୍ୟ ପଟେ 2026 ରେ ପଶ୍ଚିମ ବଙ୍ଗ ରାଜ୍ୟ ରେ ବିଧାନ ସଭା ନିର୍ବାଚନ ପୂର୍ବରୁ ଏଭଳି ଘଟଣା କୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି











