BY-Ghasiram Behera
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ମହାବୀର ଛକ ନିକଟସ୍ଥ ସ୍ମାର୍ଟ ଗ୍ୟାରେଜ ସମ୍ମୁଖରେ ଥିବା ମୁଖ୍ୟରାସ୍ତାକୁ ବିନା ଅନୁମତିରେ ଖୋଳାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଜନୈକ ବ୍ୟକ୍ତି ନିଜ ବ୍ୟକ୍ତିଗତ ସୁବିଧା ପାଇଁ ସର୍ବସାଧାରଣ ରାସ୍ତା ଖୋଳିବା ତାହା ପୁଣି ବିଭାଗୀୟ ଅନୁମତି ବିନା ଖୋଳିବା ଆଇନ ଅନୁଯାୟୀ କେତେଦୂର ଠିକ ? ତେଵେ ଏଠି କାର୍ଯ୍ୟ କରୁଥିବା ସରକାରୀ ପ୍ରଶାସକ କାହା ପାଇଁ କାମ କରୁଛନ୍ତି l ସର୍ବସାଧାରଣଙ୍କ ପାଇଁ ନା ନିର୍ଦ୍ଦିଷ୍ଟ ବ୍ୟକ୍ତି ପାଇଁ ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି l ସେହିପରି ବିନା ସରକାରୀ ଅନୁମତିରେ ସର୍ବସାଧାରଣ ସମ୍ପତ୍ତି କ୍ଷତିଗ୍ରସ୍ତ କରି ସାଧାରଣ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଇନତଃ ଧର୍ତ୍ତବ୍ୟ ଅପରାଧ ବୋଲି କୁହାଯାଇ ପାରିବ l ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଆଇନଗତ ପଦକ୍ଷେପ ଗ୍ରହଣ ବଦଳରେ ନୀରବତା ପଛରେ ରହସ୍ୟ ଲୁଚି ରହିଥିବା ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି l ଅନ୍ୟପଟେ ଯଦି ଅନୁମତି ରହିଛି ତାହା ପ୍ରକାଶ କରିବା ଆବଶ୍ୟକ, ଯଦି ନାହିଁ ତେଵେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟିର ସୁଯୋଗ ଦେବା ପଛରେ କଣ ରହିଛି ତାଙ୍କର ଉଦ୍ଦେଶ୍ୟ ବୋଲି ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ତେଵେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଣି ପାଇପ ବିଛାଇବା ପାଇଁ ସମ୍ପୃକ୍ତ ଘର ମାଲିକ କରଞ୍ଜିଆ ଏନଏସି କିମ୍ବା ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଅନୁମତିନନେଇ ମୁଖ୍ୟରାସ୍ତା ଖୋଳିଥିବା କୁହାଯାଉଛି। ଏହି ରାସ୍ତାଟି ସହରର ଅନ୍ୟତମ ବ୍ୟସ୍ତ ଯାତାୟାତ ମାର୍ଗ ହୋଇଥିବାରୁ ପ୍ରତିଦିନ ଶତାଧିକ ଲୋକ ଓ ଯାନବାହନ ଏହି ରାସ୍ତାଦେଇ ଚଳାଚଳ କରିଥାଏ । ବର୍ଷା ପାଣି ଓ କାଦୁଅ ଜମି ରହିବା ଫଳରେ ଖୋଳା ଅଂଶ ସ୍ପଷ୍ଟ ଦେଖା ଯାଉନଥିବାରୁ ବାଇକ୍ ଚାଳକମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବାଇକ୍ ଚାଳକ ଖସି ପଡ଼ିଥିବା ମଧ୍ୟ ସ୍ଥାନୀୟ ଲୋକ ଦାବି କରିବା ସହିତ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦାମାନେ ଘଟଣାର ତୁରନ୍ତ ତଦନ୍ତ କରି ବିନା ଅନୁମତିରେ ସରକାରୀ ରାସ୍ତା ଖୋଳିବା ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଯଦି ନିୟମ ଉଲ୍ଲଂଘନ ହୋଇଥାଏ, ତେବେ ସମ୍ପୃକ୍ତ ଘର ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଜୋରିମାନା ଆଦାୟ ଏବଂ ରାସ୍ତାକୁ ତୁରନ୍ତ ପୂର୍ବାବସ୍ଥାକୁ ଫେରାଇବା ପାଇଁ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ କରଞ୍ଜିଆ ଏନଏସି ଓ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
ଦର୍ଶକ ବନ୍ଧୁ ଥରେ ଏହି ଫୋଟ ଏବଂ ଭିଜୁଆଲକୁ ଭଲ ଭାବରେ ଦେଖନ୍ତୁ ମହାଶୟ କହୁଛନ୍ତି ଏହି ରାସ୍ତାଟି ମୁଁ ଖୋଳିଛି ମର କେହି କିଛି କରି ପାରିବେ ନାହିଁ ମୋ ନାଁ ଟି ଦେଇଦିଅ ବୋଲି ଦାମ୍ଭିକତାର ସହ କହୁଥିବା ବେଳେ ସ୍ଥାନୀୟ ପ୍ରଶାସନ କଣ ସମ୍ପୃକ୍ତ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ କି ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି l ତେଵେ ଆଗକୁ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ କି ଲୋକ ପ୍ରତିନିଧିଙ୍କ ପକ୍ଷରୁ ଏହି ବେଆଇନ କାର୍ଯ୍ୟକୁନେଇ କି ପଦକ୍ଷେପ ଗ୍ରହଣ କରାଯାଉଛି ତାଉପରେ ସମସ୍ତଙ୍କ ନଜର ଲ
ଚର୍ଚ୍ଚା news












