ସାମ୍ବାଦିକ ରାଜୀବ କୁମାର ବେହେରା
ଉଦଳା : କପ୍ତିପଦା ବ୍ଲକ ଅଧିନସ୍ଥ ସରଢିଆ ପଞ୍ଚାୟତର ତେଣ୍ଡା ଗ୍ରାମ ଅଞ୍ଚଳରେ ବସବାସ କରୁଥିବା ୩୩ ଗୋଟି ଆଦିବାସୀ ଜନଜାତି ପରିବାର ବସ ବାସ କରିଆସୁଛନ୍ତି l ସନ୍ଧ୍ୟା ନ ଆସୁଣୁ ଏହିଗ୍ରାମରେ ଅନ୍ଧାର ମାଡିଆସେ l ଶିକ୍ଷlରୁ ଆଜିବି ଏଠାକାର ଲୋକ ମାନେ ସାମାଜିକ ଶ୍ରତ ର ବହୁ ଦୂରରେ, କାରଣ ଏହି ଅଞ୍ଚରେ ବିକାଶ ସ୍ବପ୍ନ ହୋଇ ରହିଛି l ବିଭିନ୍ନ ମୌଳିକ ସୁବିଧାରୁ ଆଜିବି ଏହି ଆଦିମ ଅଧିବାସୀ ମାନେ ସମସ୍ୟା ରେ ଜର୍ଜରିତ ହୋଇ ରହିଛନ୍ତି l ସ୍ୱାଧୀନତାର ୭୯ ତମ ପରେ ମଧ୍ୟ ବିକାଶ ଛୁଇଁ ପାରିନାହିଁ, ବିଦ୍ୟୁତ ସେବା ଏହି ଗ୍ରାମରେ ସାତ ସପନ ହୋଇଛି l ଏପର୍ଯ୍ୟନ୍ତ ବିଦ୍ୟୁତ ସେବାର ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀ । ସମୟ ଗଡି ବା ସହିତ ,ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ଗ୍ରାମରେ ଲୋକଙ୍କୁ ସୁସ୍ଥ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବ୍ୟବସ୍ଥା ନଥିବା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ଦେଖା ଦେଇଛି । ଡିବିରୀ ବତି ଆଲୁଅ ଜାଳି ଲୋକେ ଆଜି ମଧ୍ୟ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ପର୍ଯ୍ୟାୟ କ୍ରମେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଗ୍ରାମରେ ଗୋଟିଏ ହେଲେ ନଳକୂପ ନାହିଁ, ନାହିଁ ଏଠି ଅଙ୍ଗନବାଡି କେନ୍ଦ୍ର, ଆଦିମ ଅଧିବାସି ମାନେ ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ! ଗ୍ରାମକୁ ନାହିଁ ଭଲ ରାସ୍ତା ଟିଏ, ଯେଉଁଥିରେ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହୋଇ ଛି, ଗାଁ ଭିତରକୁ ଯାଇ ପାରୁନାହିଁ ଆମ୍ବୁଲାନ୍। ଏହା ସହିତ ଗ୍ରାମବାସୀମାନେ ଶିକ୍ଷା, ପାନୀୟଜଳ ଓ ରାସ୍ତା ସମସ୍ୟାରେ ମଧ୍ୟ ବିପର୍ଯ୍ୟସ୍ଥ ଅବସ୍ଥାରେ ରହୁଛନ୍ତି। ସ୍କୁଲକୁ ଯିବା ପଥ ଭଲ ନଥିବାରୁ ଛୋଟ ଛୋଟ ଶିଶୁମାନେ ଅସୁବିଧାରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମରେ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ କିଛି ଦୁର୍ଘଟଣା ଘଟିଲେ ମାଇଲ୍ ମାଇଲ୍ ଦୂର ଯିବାକୁ ପଡ଼ୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାର୍ଯ୍ୟାଳୟ ରେ ଅସୁବିଧା ଜଣାଇବା ସତ୍ୱେ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଖୁବ ଶୀଘ୍ର ଏହି ସମସ୍ୟା ର ସମାଧାନ ଦିଗରେ ତତ୍ପରତା ହୋଇ ସେମାନଙ୍କ ଦାବି କୁ ଯଥା ଶୀଘ୍ର ପୂରଣ ପାଇଁ ଏବଂ ଗ୍ରାମକୁ ବିଦ୍ୟୁତ ସୁବିଧା ଦେବାକୁ ଦାବି କରିଛନ୍ତି। ଖୁବ ଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଶରତ ବିକାଶ ମଞ୍ଚ ତରଫରୁ ଏବଂ ସମସ୍ତ ଗ୍ରାମବାସି ବାଧ୍ୟ ହୋଇ ରାଜ ରାସ୍ତାରେ ଧାରଣl ଦେବେବୋଲି ଶୁଣିବାକୁ ମିଳୁଛି l











