୦୯/୦୮/୨୫ ସାମ୍ବାଦିକ ମାନସ୍ ନେତାମ୍
ମାଲକାନଗିରି : ମାଲକାନଗିରି ଜିଲ୍ଲାର ମୂଳ ନିବାସୀ ବଣ୍ଡା, ଡିଡାଇ, କୋୟା, ପରଜା ଓ ଦୁରୁଆ ଭଳି ୩୨ ଟି ଜନ ଜାତିର ଆଦିବାସୀ ଲୋକେ ନିଜ ନିଜର ପାରମ୍ପରିକ ବେଶରେ ବିଶାଳ ଶୋଭାଯାତ୍ରା କରିଛନ୍ତି । ହଜାର ହଜାର ଆଦିବାସୀ ଲୋକେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ମାଲକାନଗିରି ବସଷ୍ଟେଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପରେ ଏହି ଶୋଭାଯାତ୍ରା ଡିଏନକେ ଖେଳ ପଡିଆ ଠାରେ ପହଞ୍ଚି ଥିବା ବେଳେ ସେଠାରେ ଏକ ବିଶାଳ ଆଦିବାସୀ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ନିଜର ପାରମ୍ପାରିକ ନାଚ ଗିତ କରିଛନ୍ତି । ମାଲକାନଗିରି ଜିଲ୍ଲାର ମୂଳ ନିବାସୀ ୩୨ ଟି ଜନ ଜାତିର ଲୋକଙ୍କ ବିକାଶ ଲାଗି ସରକାର ପଦକ୍ଷେପ ନେବା ଲାଗି ଦାବି କରିଛନ୍ତି । ଏଥିସହିତ ଜଳ, ଜଙ୍ଗଲ, ଜମି ପାଇଁ ଆଦିବାସୀ ନିଜର ଲଢେଇ ଜାରି ରଖିଥିବ ବୋଲି କହିଛନ୍ତି
ବିଶ୍ୱ ଆଦିବାସୀ ଦିବସରେ ଗର୍ଜୀଲେ ଆଦିବାସୀ
By Charcha News












