ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର: ରାୟଗଡ଼ା ପୋଲିସର ମିଳିତ ଟିମ୍ ଅପରେସନ ଗ୍ରୀନ କୁ କ୍ଳିନ କରୁଛି।ଏକ ମାସ ହେଲା ବିଭିନ୍ନ ସ୍ଥାନରେ ଚଢାଉ କରି ନଷ୍ଟ କରୁଛି।ଏହି କ୍ରମରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ କୁ ପୋଡ଼ି ନଷ୍ଟ କଲା ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ।ପଦ୍ମପୁର ଥାନା ଅଂଚଳର ନିଧିଗୁଡି, ତଳ ନାନ୍ଦରା,ଉପର ନାନ୍ଦରା ଘଞ୍ଚ ଜଙ୍ଗଲ ଭିତରେ ଲାଗିଥିବା ୩ଏକର ଜମିରେ ୯ହଜାର ଗଛ କୁ ପୋଡ଼ି ନଷ୍ଟ କରି ଦେବାସହ ଥାନାରେ ପୃଥକ୍ ପୃଥକ୍ ଭାବରେ ୩ଟି ମାମଲା ରୁଜୁ କରିଛି।କେଉଁ ମାନେ ଏହି ଚାଷ କରୁଛି ଅଧିକ ପୋଲିସ ଯାଞ୍ଚ କରୁଥିବା କୁହାଯାଇଛି।ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଇଛି।ଏହି ଚଢାଉ ସମୟରେ ଥାନା ଅଧିକାରୀ ଧରଣୀଧର ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ ପୋଲିସ ଫୋର୍ସ,ଅବକାରୀ ,ରାଜସ୍ବ ଓ ବନ ବିଭାଗ ର ମିଳିତ ଟିମ୍ ଉପସ୍ଥିତି ରହି ଥିଲେ।ଆଗାମୀ ଦିନରେ ଏହି ଅପେରସନ୍ ଗ୍ରୀନ କୁ ବ୍ୟାପକ ଭାବରେ କରାଯିବ ସହ ଆଗାମୀ ଦିନରେ କ୍ଲିନ୍ କରାଯିବ ବୋଲି କହିଛନ୍ତି।
ବେଆଆଇନ୍ ଗଞ୍ଜେଇ ଚାଷ ଉପରେ ଚଡାଉ
By Charcha News











