ଉଦଳା ବନବିଭାଗର କାର୍ଯ୍ୟାନୁଷ୍ଠାନ; ଲଘୁ ଖଣିଜ ଚୋରା କାରବାରକୁ ନେଇ ଉଠିଲା ପ୍ରଶ୍ନ |
BY-ରାଜୀବ କୁମାର ବେହେରା dt-10.8.2029
ଉଦଳା ::ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଚୋରା ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ଓ ଚର୍ଚ୍ଚା ହେଉଥିବା ବେଳେ ଉଦଳା ଅଞ୍ଚଳରୁ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ ଘଟଣା ସାମ୍ନାକୁ ଆସିଛି। ଉଦଳା ବନବିଭାଗର ତତ୍ପରତାରେ OR-01-T-9740 ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଜବତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସ୍ପଷ୍ଟ ଦିବାଲୋକରେ ପ୍ରଶାସନକୁ ଖୋଲା ଚେଲେଞ୍ଜ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ଟ୍ରକକୁ ପିଛା କରିଥିଲା ବନ ବିଭାଗ l ଉଦଳା କଲେଜ କେନାଲ କୁଆଁରପାଳ ରାସ୍ତାରେ ବେଆଇନ ଭାବେ ମାଙ୍କଡ଼ା ପଥର ଚାଲାଣ ହେଉଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା। ଏହାପରେ ଉଦଳା ବନବିଭାଗ ରେଞ୍ଜର ଙ୍କ ନିର୍ଦେଶରେ ବନବିଭାଗ ପକ୍ଷରୁ ଉକ୍ତ ରାସ୍ତାରେ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା। ପଥର ବୋଝେଇ ଟ୍ରକ୍ଟିକୁ ଚିହ୍ନଟ କରି ବନବିଭାଗର କର୍ମଚାରୀମାନେ ପିଛା କରିଥିଲେ। ତେବେ ବନବିଭାଗର ଗାଡ଼ିକୁ ଦେଖି ଚାଳକ ଟ୍ରକ୍ଟିକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ପରେ ବନବିଭାଗ କର୍ମଚାରୀମାନେ ଟ୍ରକ୍ଟିକୁ ଜବତ କରି ଉଦଳା ବନବିଭାଗ କାର୍ଯ୍ୟାଳୟକୁ ଆଣି ବିଭାଗୀୟ ହେପାଜତରେ ରଖିଛନ୍ତି। ପଥର କେଉଁ ସ୍ଥାନରୁ ଆସିଥିଲା, ଏହାର ଚାଲାଣ ପାଇଁ ଆବଶ୍ୟକ ଅନୁମତି ରହିଥିଲା କି ନାହିଁ, ଟ୍ରକ୍ର ମାଲିକ କିଏ ଏବଂ ଏହି ଚାଲାଣ ପଛରେ କାହାର ହାତ ରହିଛନ୍ତି ସେନେଇ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ଦିନ ଦ୍ୱିପ୍ରହରରେ ଚାଲାଣ, ପ୍ରଶାସନର ନଜର କେତେ କଡ଼ା?
ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣକୁ ନେଇ ଅଞ୍ଚଳରେ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହି ଘଟଣା ପୁଣିଥରେ ପ୍ରଶାସନର ନଜରଦାରିକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି। ଦିନ ଦ୍ୱିପ୍ରହରରେ ଯଦି ପଥର ବୋଝେଇ ଗାଡ଼ି ଚଳାଚଳ କରୁଛି, ତେବେ ଏହା ଉପରେ ନିୟମିତ ନଜରଦାରି କେତେ ରହିଛି? ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ତେବେ ଏହି ଘଟଣାକୁ ନେଇ ବିଭାଗୀୟ ତଦନ୍ତ ଶେଷ ହୋଇନଥିବାରୁ ଚୋରା ଚାଲାଣ ପଛରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ମାଫିଆ ଗୋଷ୍ଠୀର ସମ୍ପୃକ୍ତ ଅଛି ଅଧିକ ତଦନ୍ତ ଜାରି ରହିଛି l। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।
ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ ନିୟମାନୁଯାୟୀ ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ |
ଚର୍ଚ୍ଚା tv












