ଉଦଳା – (ରାଜୀବ କୁମାର ବେହେରା): ଖୁଣ୍ଟା ଅଞ୍ଚଳରୁ ବେଆଇନ ମାଙ୍କଡା ପଥର ବୋଝେଇ ପିକପ ଜବଦ l ଉଦଳା ବନ ବିଭାଗ ପକ୍ଷରୁ ରାତ୍ରି ପେଟ୍ରୋଲିଂ ସମୟରେ ବଡ଼ ସଫଳତା ମିଳିଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ବନଖଣ୍ଡ ଅଧୀନ ଖୁଣ୍ଟା ସେକ୍ସନ ଅନ୍ତର୍ଗତ କେନ୍ଦୁଆମୁଣ୍ଡି–ସୁରକୁଣା ଗ୍ରାମ ନିକଟରୁ ବେଆଇନ ଭାବେ ମାଙ୍କଡ଼ା ପଥର ବୋଝେଇ ନେଇ ଯାଉଥିବା (OD11AE9331) ନମ୍ବର ବିଶିଷ୍ଟ ଗୋଟିଏ ପିକଅପ୍ ଭ୍ୟାନ କୁ ଉଦଳା ବନ ବିଭାଗ ଜବତ କରିଛି।
ବନ କର୍ମଚାରୀଙ୍କ ଗାଡ଼ିକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ୪ ଜଣ ଅଭିଯୁକ୍ତ ଙ୍କୁ ଅଟକ ଅଛନ୍ତି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଟକ କରାଯାଇ ଥିବା ବେଳେ ଏହି ବେଆଇନ ପଥର ଚୋରାଚାଲାଣ ନେଟୱାର୍କ ଉପରେ ତଦନ୍ତ ଜାରି ରହିଛି।
ଉଦଳା ବନଖଣ୍ଡ ରେଞ୍ଜର ସୁଶାନ୍ତ କୁମାର ଦେ ସୂଚନା ଦେଇଛନ୍ତି ଯେ, ଜବତ ହୋଇଥିବା ଗାଡ଼ି ଓ ପଥର ପାଇଁ ମୋଟା ଅଙ୍କର ଜରିମାନା ଲଗାଯିବ ଏବଂ ଆଗାମୀ ଦିନରେ ଏଭଳି ବେଆଇନ ଖନନ ଓ ଚୋରାଚାଲାଣ ବିରୋଧରେ ଅଭିଯାନ ଆହୁରି କଡ଼ା କରାଯିବ।
ଶିମିଳିପାଳ ପାଦଦେଶ ଅଞ୍ଚଳରେ ଚାଲୁଥିବା ବେଆଇନ ମୋରମ ଓ ପଥର ଖାଦାନ ଫଳରେ ଜଙ୍ଗଲ ପରିବେଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛି। ଏହାର ପ୍ରଭାବରେ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ନଷ୍ଟ ହେଉଥିବା ସହ ପରିବେଶର ସନ୍ତୁଳନ ମଧ୍ୟ ଭଙ୍ଗ ହେଉଛି। ଜଙ୍ଗଲୀ ଜୀବ ଜନ୍ତୁ ଙ୍କ ପାଇଁ ଏହା ଘାତକ ସାଜିଛି l
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ଚୋରା ମାଇନିଂ ମାଫିଆମାନେ ପ୍ରଶାସନର ଆଖିରେ ଧୁଳି ଦେଇ ଲଘୁ ଖଣିଜ ସମ୍ପଦକୁ ଲୁଟ କରି ମାଲେମାଲ ହେଉଛନ୍ତି। ଏଥିରୁ ସରକାରୀ ରାଜକୋଷକୁ ମଧ୍ୟ ଭାରି କ୍ଷତି ହେଉଥିବା ସାଧାରଣରେ ଗୁରୁତର ପ୍ରଶ୍ନ ଉଠୁଛି।
ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ, କଡା ପେଟ୍ରଲିଙ୍ଗ, ମଧୁ ଚନ୍ଦ୍ରିକା ରେ ଲିପ୍ତ ଥିବା କିଛି ଅସାଧୁ କର୍ମଚାରୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ସହିତ ବେଆଇନ ଖାଦାନ ବିରୋଧରେ ପ୍ରଶାସନ ଓ ସରକାର ପକ୍ଷରୁ ନିୟମିତ, ତୀବ୍ର ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ନହେଲେ ଆଗାମୀ ଦିନରେ ଶିମିଳିପାଳ ଅଞ୍ଚଳର ପରିବେଶ ଓ ବନ୍ୟଜନ୍ତୁ ଜୀବନ ହାନି ହେବ । ଏଥି ପାଇଁ କିଏ ଦାଈ ରହିବ ଏହା ଏବେ ? ହୋଇଛି l
ବେଆଇନ ମାଙ୍କଡ଼ା ପଥର ବୋଝେଇ ପିକଅପ୍ ଭ୍ୟାନ ଜବତ, ୪ ଅଭିଯୁକ୍ତ ଗିରଫ
By Charcha News












