Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ବେକାବୁ ଆଇନ୍, ବେସରମ ସରକାର: କଂଗେସ

    ବେକାବୁ ଆଇନ୍, ବେସରମ ସରକାର: କଂଗେସ

    By Charcha NewsMarch 29, 2026
    Share
    Facebook Twitter Email WhatsApp

    ସରକାର ଶ୍ବେତପତ୍ର ପ୍ରକାଶ କରୁଥିଲାବେଳେ, ଥାନା ଚୋରି ସମ୍ଭାବନା ଦେଖାଗଲାଣି

    ଭୁବନେଶ୍ବର, ତା. 28.3 ରିଖ : ଆଜି କଂଗ୍ରେସ ଭବନରେ ଓଡିଶା ବିଧାନସଭାରେ ଜାରି ହୋଇଥିବା ଶ୍ୱେତପତ୍ର ତଥ୍ୟ ଉପରେ ଆଧାରିତ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତିର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଏକ ସାମ୍ବାଦିକ ସମ୍ମଳନୀ କରାଯାଇଥିଲା । ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଏବଂ ଡ.ମନୀଷା ଦାସ ପଟ୍ଟନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଦୁଇ ଦିନ ପୂର୍ବେ ରାଜ୍ୟ ସରକାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ରେ ସ୍ୱୀକାର କରିଛନ୍ତି ଯେ ୨୦୨୪ ତୁଳନାରେ ୨୦୨୫ ମସିହାରେ ଅପରାଧ ହାର ୭.୩% ବୃଦ୍ଧି ପାଇଛି ଯାହା ସ୍ପଷ୍ଟଭାବେ ବର୍ତ୍ତମାନ ସରକାରଙ୍କର ବିଫଳତାକୁ ପ୍ରକାଶ କରୁଛି। ମୋଟ ୨,୨୯,୮୮୧ ମାମଲା ରେଜିଷ୍ଟର୍ ହୋଇଛି, ଯାହା ୨୦୨୪ ତୁଳନାରେ ଅଧିକ। ଏହା ବିପକ୍ଷର ଅଭିଯୋଗ ନୁହେଁ, ସରକାରର ନିଜ ତଥ୍ୟ। ହତ୍ୟା ୧,୩୦୪ (ପ୍ରତିଦିନ ପ୍ରାୟ ୪ଟି), ବଳାତ୍କାର ୨,୯୯୪, ଚୋରି ୨୧,୧୯୨ (୧୯% ବୃଦ୍ଧି), ଲୁଟ୍ ୧,୮୦୨ ଓ ଡକାୟତି ୩୫୩ ମାମଲା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଅପରାଧ ଅନିୟନ୍ତ୍ରିତ ଭାବେ ବଢ଼ୁଛି। ଏହାଠାରୁ ମଧ୍ୟ ଚିନ୍ତାଜନକ ହେଉଛି ତଦନ୍ତର ଦୁର୍ବଳତାହତ୍ୟା ମାମଲାରେ କେବଳ ୪୬% ଚାର୍ଜସିଟ୍ ଓ ଲୁଟ୍-ଡକାୟତିରେ ୨୫-୩୦% ମାତ୍ର। ଏହା “ଡବଲ୍ ଇଞ୍ଜିନ୍” ନୁହେଁଡବଲ୍ ଅପରାଧ, ଟ୍ରିପଲ୍ ବିଫଳତା। କଂଗ୍ରେସ ପ୍ରବକ୍ତା ଡ .ମନିସା ଦାସ ପଟ୍ଟନାୟକ ସରକାରଙ୍କ ଅକ୍ଷମତା, ଦ୍ଵିମୁଖୀ ନୀତି ଓ ଦାୟିତ୍ୱହୀନତା ଉପରେ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଏଵେ ରାଜ୍ୟରେ ବେକାବୁ ଆଇନ୍ ଆଉ ବେସରମ ସରକାର୍ । ସେ କିଛି ଗୁରୁତର ପ୍ରଶ୍ନ ଉଠାଇ କହିଥିଲେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଘଟଣାରେ, ଯେଉଁଠାରେ ଏକ ନାବାଳକକୁ ଜନୈକ ପ୍ରଭାବଶାଳୀ ବିଜେପି ନେତାଙ୍କ ସମ୍ପର୍କୀୟ ଦ୍ୱାରା ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିଛି, ଯାହାକି ଆଇନ୍ ଦ୍ୱାରା ଧର୍ତ୍ତବ୍ୟ ଅପରାଧ, ଶିଶୁ ନିର୍ଯ୍ୟାତନା ଏଵଂ ମାନବୀୟ ଅଧିକାର ହନନ, ସେଠାରେ ବ୍ରହ୍ମଗିରି ଏମଏଲଏ ମହାଶୟା, ପୁରୀ ଏମପି ଓ ପୁରୀ ଏସପିଙ୍କ ନିରବତା ଅତ୍ୟନ୍ତ ଚିନ୍ତାଜନକ। ସେମାନେ କଣ ଆଇନ୍ ବିଷୟରେ ଅନଭିଜ୍ଞ ନା ଜାଣି ଶୁଣି ନୀରବ ବୋଲି ସେ ପ୍ରଶ୍ନ କରିଥଲେ ଏହି ନିରବତା ପ୍ରମାଣ କରୁଛି ଯେ ପ୍ରଭାବଶାଳୀମାନଙ୍କୁ ସୁରକ୍ଷା ଦିଆଯାଉଛି ଓ ନ୍ୟାୟକୁ ଦମନ କରାଯାଉଛି। ସେ ଆହୁରି କହିଥିଲେ ଯେତେବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ମଧ୍ୟ ସାଇବର ଅପରାଧର ଶିକାର ହେଉଛନ୍ତି, ସେତେବେଳେ ସାଧାରଣ ମହିଳା ଓ ଅପ୍ରାପ୍ତବୟସ୍କ ଝିଅମାନେ କେମିତି ସୁରକ୍ଷାର ଆଶା କରିବେ? ନା ଏଭଳି ଅଶ୍ଳୀଳତା କୁ ଭାରତୀୟ ଜନତା ପାର୍ଟି ସଂସ୍କାର ବୋଲି ଭାବେ ବୋଲି ସେ କହିଥିଲେ। ଏସସିବି ମେଡିକାଲ କଲେଜର ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଘଟଣାରେ, ଯେଉଁଠାରେ ଅନେକ ନିର୍ଦୋଷ ଜୀବନ ନଷ୍ଟ ହୋଇଥିଲା, ଏକ ସିଟିଂ ଏମଏଲଏଙ୍କ ଦ୍ୱାରା ଏହାକୁ “ସାଧାରଣ ଘଟଣା”ବୋଲି କହିବା ଅତ୍ୟନ୍ତ ଅସମ୍ବେଦନଶୀଳତାର ପ୍ରମାଣ। ଏହା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ, ହସ୍ପିଟାଲ ଅଧୀକ୍ଷକଙ୍କୁ କହିଁକି ଦାୟୀ କରାଯିବ ନାହିଁ ବୋଲି ସେ ଉତ୍ତର ଲୋଡ଼ିଥିଲେ ପ୍ରଶାସନିକ ଓ ନୈତିକ ଦାୟିତ୍ୱ କଣ ଆଇନ୍ ଶୃଙ୍ଖଳା ପରିସର ଵାହାରେ କି ବୋଲି ସେ ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ— ସରକାର ମଧ୍ୟରେ ଏମିତି ଧାରଣା ସୃଷ୍ଟି ହୋଇଛି ଯେ ମୁଖ୍ୟମନ୍ତ୍ରୀ ଦୁର୍ବଳ, ଏବଂ ମନ୍ତ୍ରୀ ଓ ଏମଏଲଏମାନେ ନିଜ ଇଚ୍ଛାରେ କାମ କରୁଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ସାଂବିଧାନିକ ଶକ୍ତି ବୁଝିବାକୁ ପରାମର୍ଶ ଦେଇ କହିଥିଲେ ଯେ, ସେ “ଏକ ଦିନ କା ସିଏମ୍” ହିନ୍ଦୀ ଚଳଚ୍ଚିତ୍ରଟି ଦେଖନ୍ତୁ। ୧୮ ମାସ ହୋଇଗଲା, କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ଶକ୍ତିକୁ ଅନୁଭବ କରିପାରିନାହାନ୍ତି,” ବୋଲି ସେ କହିଥିଲେ।
    ସେ ସରକାରଙ୍କ ଦ୍ଵିମୁଖୀ ନୀତିକୁ ଉଲ୍ଲେଖ କରି କହିଥିଲେଆମେ ଯେ ତଥ୍ୟ ଦେଉଛୁ, ସେଗୁଡିକ ଆମର ନୁହେଁ, ସରକାରଙ୍କ ନିଜସ୍ୱ ଶ୍ୱେତ ପେପରର ତଥ୍ୟ। ତଥାପି ଯଦି ସରକାର ନିଜ ଅପାରଗତା ପାଇଁ ବିରୋଧୀଙ୍କୁ ଦାୟୀ, ତେବେ ସେଥିରେ ବାହାସ୍ଫୋଟ ଓ ନିଜର ଅକ୍ଷମତା ଲୁଚାଇବାର ଚେଷ୍ଟା ପ୍ରକାଶ ପାଉଛି।” ସେ ପ୍ରଶ୍ନ କରିଥିଲେ ଯେ ସରକାର ପଶ୍ଚିମ ବଙ୍ଗ ନେଇ ଚିନ୍ତା କରୁଛି, କିନ୍ତୁ ନିଜ ରାଜ୍ୟର ସମସ୍ୟାକୁ ଅଣଦେଖା କରୁଛିଏହା କେମିତି ମନୋଭାବ? ସେ ଜୋର ଦେଇ କହିଥିଲେ— ଆଇନ-ଶୃଙ୍ଖଳା ରକ୍ଷା କରିବା ସରକାରଙ୍କ କୌଣସି ଉପକାର ନୁହେଁ, ବରଂ ସାଂବିଧାନିକ କର୍ତ୍ତବ୍ୟ। ଯଦି ସୁରକ୍ଷା ଦେଇପାରିବେ ନାହିଁ, ତେବେ ଏହା କେବଳ ବିଫଳତା ନୁହେଁ, ସ୍ପଷ୍ଟ ଅକ୍ଷମତା। ଏହି ସରକାରେର ଭିଆଇପିଙ୍କ କଥା ଛାଡନ୍ତୁ କୁଜି ନେତାଙ୍କ ପାଇଁ ମଧ୍ୟ ପୁଲିସ ରାସ୍ତାରେ ପ୍ରହରା ଦେଉଛନ୍ତି। ଅବସ୍ଥା ଏପରି ନ ଆସୁ ପୁଲିସ ଏମାନଙ୍କୁ ପ୍ରହରା ଦେଉଥିବ ଓ ସେପଟେ ଥାନା ଚୋରି ହୋଇଯିବ। ଶେଷରେ ସେ କହିଥିଲେ “ଆଜି ଆବାଳ ବୃଦ୍ଧନିତା ପର୍ଯ୍ୟନ୍ତ ସମସ୍ତେ ଭୟରେ ରହୁଛନ୍ତି ଏବଂ ଯେତେବେଳେ ଭୟ ସାଧାରଣ ଜୀବନର ଅଂଶ ହୋଇଯାଏ, ସେତେବେଳେ ଏହା ଏକ ବିଫଳ ସରକାରର ପ୍ରମାଣ।”ଓଡିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି ଯେ, ଅପରାଧୀମାନଙ୍କ ବିରୋଧରେ ଦଳୀୟ ପ୍ରଭାବକୁ ଅଣଦେଖା କରି କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ, ସରକାର୍ ଦାୟିତ୍ବ ସମ୍ପନ୍ନ ହୁଅନ୍ତୁ ଏବଂ ଲୋକଙ୍କର ଆଇନ-ଶୃଙ୍ଖଳା ଉପରେ ଆସ୍ଥାକୁ ପୁନସ୍ଥାପିତ କରାଯାଉ।

    ଗଣମାଧ୍ୟମ ବିଭାଗ, ଓପିସିସି

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.