ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ଅଶାନ୍ତ ହୋଇପଡିଛି।କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ତି କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ କରିବା ସହ ଖଣ୍ଡା, ଫାର୍ଶୀ ସହ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୈରୀଶଙ୍କର ସିହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ 30ରୁ ଉର୍ଧ କନେଷ୍ଟବଳ ଆହାତ ହୋଇଛନ୍ତି। ସେଥିମଧ୍ଯରୁ 7ଜଣ ଗୁରୁତର ହୋଇପଡିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟକୁ ସ୍ଥାନିନ୍ତର କରାଯାଇଛି।ଅନ୍ଯ ଆହାତ ପୁଲିସ କର୍ମଚାରୀ ମାନେ କାଶୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ 144ଧାରା ଜାରି କରାଯାଇଛି। କାଶୀପୁର ବ୍ଲକର ସିଜିମାଳି ଖଣିଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ ବେଦାନ୍ତ ଆଲୁମିନା କମ୍ପାନୀ ଶାଗୁବାରୀ ରୁ ସିଜିମାଳି ଅଞ୍ଚଳ ଯେ ବା ପାଇଁ ରାସ୍ତି ନିର୍ମାଣ କାମ ଆରମ୍ଭ ଅରୁଥିଲା। ତେବେ ନିର୍ମାଣ କାର୍ଯ୍ଯକୁ ଲୋକେ ଆରମ୍ଭରୁ ହିଁ ବିରୋଧ କରିଛନ୍ତି ।
ଚର୍ଚ୍ଚା NEWS












