ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ଗୋଟିଏ ପଟେ,ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ବେଲଡାଙ୍ଗାର ବାବରୀ ମସଜିଦ ଶିଳାନ୍ୟାସ କୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଉତ୍ସାହ। ଅନ୍ୟପଟେ, ବିଜେପିର ପଶ୍ଚିମ ବଙ୍ଗ ରାଜ୍ୟବ୍ୟାପୀ ‘ଶୌର୍ଯ୍ୟ ଦିବସ’ ପାଳନ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ, ତୃଣମୂଳ କଂଗ୍ରେସ ଦଳର‘ସଂହତି ଦିବସ’ ପାଳନ। ପଶ୍ଚିମ ବଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଖ୍ୟାଲଘୁ ବେଲଡାଙ୍ଗାରେ ପହଞ୍ଚୁଛନ୍ତି। ସେମାନେ କୌଣସି ରାଜନୈତିକ ସମ୍ପୃକ୍ତି ବିନା ସକାଳ ଠାରୁ ଜଣ ଜଣ କରି ଏକାଠି ହେଉଛନ୍ତି। ସକାଳ ହେବା ପରଠାରୁ ଦେଖାଗଲା ଯେ ସେମାନଙ୍କ ମଧ୍ୟରୁ ଅନେକ ମୁଣ୍ଡରେ ଇଟା ଧରି ଆସୁଛନ୍ତି। ସେମାନେ ଚାହାଁନ୍ତି ଯେ ବେଲଡାଙ୍ଗାରେ ବାବରୀ ମସଜିଦ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଇଟାରେ ନିର୍ମିତ ହେଉ। ଆଜିର ଚିତ୍ରରୁ ରାଜ୍ୟ ପଶ୍ଚିମ ବଙ୍ଗ ରେ 2026 ରେ ବିଧାନସଭା ନିର୍ବାଚନ ସ୍ପଷ୍ଟ ହୋଇଛି। ସମସ୍ତ ରାଜନୈତିକ ଦଳ ଏଦିନ କାର୍ଯ୍ୟକ୍ରମ ରଖିଛନ୍ତି। ତେବେ, ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ ବିଧାୟକ ହୁମାୟୁନ କବୀର ମୁର୍ଶିଦାବାଦର ବେଲଡାଙ୍ଗାରେ ବାବରୀ ମସଜିଦର ଶିଳାନ୍ୟାସ କରୁଛନ୍ତି ଓ ଏହି ଶିଳାନ୍ୟାସ କୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହିତ ଭାରତୀୟ ସେନା ବାହିନୀ ଯବାନ ମାନେ ଉପସ୍ଥିତ ଅଛନ୍ତି
ବେଲଡାଙ୍ଗାରେ ବାବରୀ ମସଜିଦର ଶିଳାନ୍ୟାସ
By Charcha News












