ରାୟଗଡ଼ା: ରବୀନ୍ଦ୍ର ନାଥ ମହାପାତ୍ର :-
ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ଆରଏମସି ବଜାର ପ୍ରାଙ୍ଗଣ ପରିସରରେ ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଡ଼ିଓ କୁରେଶ ଚନ୍ଦ୍ର ଜାନି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ମୃଣ୍ମୟ କୁମାର ପଣ୍ଡା ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ,ତହସିଲଦାର ସୁଭାସିସ ଶତପଥୀ,ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର ଉପାଧ୍ୟକ୍ଷ ରମେଶ ସହୁ ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ଆଚାର୍ଯ୍ୟ ଯୋଗ ଦେଇଥିଲେ।ପେଡ।ପଦ୍ମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ଵାଗତ ଭାଷଣ ଦେଇ ସମସ୍ତ ଚାଷୀ ଙ୍କୁ ସ୍ଵାଗତ କରିବା ସହ ସରକାର ଙ୍କ ପ୍ରାଣୀ ପାଳନ ଯୋଜନା ସମ୍ବନ୍ଧୀୟ ସୂଚନା ଦେଇଥିଲେ।ସେହିପରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ମୁଖ୍ୟମନ୍ତ୍ରୀ ଙ୍କ କାମଧେନୁ ଯୋଜନା,ଜାତୀୟ ପ୍ରାନିଧନ ମିଶନ,ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା,ପ୍ରାଣୀ କଲ୍ୟାଣ ଯୋଜନା ଉପରେ ଅବଗତ କରିଥିଲେ।।ବିଡ଼ିଓ ଉପସ୍ଥିତ ଥିବା ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀ ଙ୍କ ସଫଳ କାହାଣୀ ସହିତ ବିଶେଷଞ୍ଜ ମାନଙ୍କ ଉପଯୋଗୀ ପରାମର୍ଶ ନିଅନ୍ତୁ ବୋଲି ସୂଚନା ଦେଇଥିଲେ। ମେଳାରେ ଅତିଥି ମାନେ ମତ୍ସ୍ୟ,ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧ ଆଲୋଚନା କରିଥିଲେ।ପରେ ୪ଜଣ ସଫଳ ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।











