ରାୟଗଡ଼ା ଜିଲା ଗୁଣପୁର ବ୍ଲକ ପରିସରରେ ମଙ୍ଗଳବାର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଥିଲା l ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଯୋଜନା ଭୁକ୍ତ ହୋଇ ଲାଭ ଉଠେଇବା ପାଇଁ ଏହି ମେଳା ର ମୂଖ୍ୟ ଲକ୍ଷ୍ୟ ରହିଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାୟଗଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ମୃଣ୍ମୟ କୁମାର ପଣ୍ଡା, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ ଯୋଗ ଦେଇଥିଲେ l ଗୁଣପୁର ବିଡ଼ିଓ ତଥା ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ପରିଚାଳନା କମିଟି ଅଧ୍ୟକ୍ଷ ସ୍ୱସ୍ତିକ ଜମାଦାର କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରାଧେ ଶ୍ୟାମ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସ୍ଥିତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା,ଜାତୀୟ ପ୍ରାଣିଧନ ମିଶନ ଉପରେ ଅବଗତ କରାଇଥିଲେ। ଏହି ମେଳାରେ ମିଶନ ଶକ୍ତି, ମିଲେଟ ମିଶନ, ଆଇସିଡ଼ିଏସ, ପ୍ରାଣୀ ବିଭାଗ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନୀ ହୋଇଥିଲା।ସଫଳ ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀ ଏପରି ୮ ଜଣ ଙ୍କୁ- ୧୦୦୦ ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଚାଷୀ ମାନେ ହେଲେ
ଜଗଦୀଶ ଗଙ୍ଗା, ଗ୍ରା- ସିଂଗୁବାଇ – ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ଗୋ-ପାଳନ କରି ଶ୍ରେଷ୍ଠ ଗୋପାଳକ ହିସାବ ରେ ବିବେଚିତ ହୋଇଥିବା ବେଳେ ମଣ୍ଟୁ ଶବର, ଗ୍ରା. – ଭୂଲୁଶୁଣ୍ଡା – ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା ରେ ଛେଳି ପାଳନ କରି ଶ୍ରେଷ୍ଠ ପ୍ରାଣି ପାଳକ ବିବେଚିତ ହୋଇ ଶ୍ରୀମତୀ ପାଲକା ଲତା, ଗ୍ରା. – ଜଗନ୍ନାଥପୁର – ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା ରେ ସଫଳ କୁକୁଡ଼ା ଚାଷୀ- ଭାବେ ବିବେଚିତ ହୋଇ ମୋହିମା ସ୍ୱୟଂ ସହାୟକ ଗୋଷ୍ଠୀ- ଛେଳି ପାଳନ କରି ଶ୍ରେଷ୍ଠ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭାବେ ଅଭିରାମ ଦୋରା- ମତ୍ସ୍ୟ ପୋଖରୀ ଯୋଜନା କରି ସଫଳ ମତ୍ସ୍ୟ ଚାଷୀ ଭାବେ ବିବେଚିତ ହୋଇ
ଶ୍ରୀମତୀ ବୁଡ଼ି ଶବର – ମାଛ ଯାଆଁଳ ଉତ୍ପାଦନ କରି ସଫଳ ମତ୍ସ୍ୟ ଚାଷୀ ଭାବେ ଶ୍ରୀମତୀ ଟି. ଶୈଳଜା – ଜୈବ ପୁଞ୍ଜ ବିଧ୍ ରେ ମାଛ ଚାଷ କରି ସଫଳ ମତ୍ସ୍ୟ ଚାଷୀ ଭାବେ ବିବେଚିତ ହୋଇ ମା ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀ – ଗାଁ ପୋଖରୀ ରେ ମତ୍ସ୍ୟ ଚାଷ କରି ଶ୍ରେଷ୍ଠ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭାବେ ବିବେଚିତ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ । ଏଥି ସହିତ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀ ମାନଙ୍କୁ ଗୋ ଆ ହେଡ ଲେଟର ମଧ୍ୟ ପ୍ରଦାନ କରାଯାଇଥିଲା। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଭିଭାଗ ଦ୍ବାରା ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ରେ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ବିଷୟ ରେ ଆଲୋଚୋନ କରିଥିଲେ । ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ- ବିଶେଷଜ୍ଞ ଆଲୋଚନାଚକ୍ର, ସଚେତନତା କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର ବ୍ଲକ ଜିଲ୍ଲା ପାରିଷଦ ସଭ୍ୟ ଇଗାନ ଶବର, ସାଂସଦ ପ୍ରତିନିଧି ତଥା ସରପଞ୍ଚ ସନ୍ତୋସି ଶବର ଓ ତରଣୀ ସେନ୍ ଶତପଥୀ ସହ ବିଭିନ୍ନ ଗ୍ରାମ ପଞ୍ଚାୟତ ର ଚାଷୀ ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭ ରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ର ସଫଳ କାହାଣୀ ର ଭିଡିଓ ପ୍ରଦର୍ଶନ କରାଯାଇଥିଲା ।ଏହି ଅବସର ରେ ଗୋ-ପୂଜନ କରାଯାଇଥିଲା l ଶେଷ ରେ ସୁପ୍ରିୟା ସୁଆର, ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ଲକ ସ୍ତରୀୟ ମତ୍ସ୍ୟ, ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ,୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧନା
By Charcha News











