ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ର ବୁଡୁଣି ଛକ ନିକଟରେ ଥିବା ଜାତୀୟ ରାଜପଥ ରେ ଭାର ସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଘଟିଛି। ଏଥିରେ ଡ୍ରାଇଭର ର ମୃତ ଘଟିଛି। । ଏକ ଲୁହା ବୋଝେଇ ଟ୍ରକ୍ ବିଶାଖାପାଟଣା ରୁ ରାଉଲକେଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଛି।ଟ୍ରକ ଡ୍ରାଇଭର ଜଣଙ୍କ ଗାଡି ତଳେ ଚାପି ହୋଇ ରହି ଥିବା ବେଳେ ବିଷମ କଟକ ପୋଲିସ୍ ଓ ଅଗ୍ନିଶ୍ରମ୍ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରକ ଚାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ବିଷମ କଟକ ଓ ମୁନିଗୁଡା ବ୍ଲକର ଦୁଇ ଅଗ୍ନିଶ୍ରାମ କର୍ମଚାରୀ ମାନେ ଗ୍ୟାସ କଟର ସାହାର୍ଯ୍ୟରେ ଟ୍ରକର କେବିନ କାଟିବା ଡ୍ରାଇଭର କୁ ଉଦ୍ଧାର କରିଥିଲେ।ସକାଳୁ ସକାଳୁ ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଡ୍ରାଭର ଜଣକ ପରିଚୟ ମିଳି ପାରିନାହିଁ।
ଭରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟିଲା ଲୁହା ବୋଝଇ ଟ୍ରକ, ଡ୍ରାଇଭର ମୃତ୍ୟୁ
By Charcha News












