ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ପାଳିତ ହୁଏ ପବିତ୍ର ଷଠୀଓଷା। ଚଳିତ ବର୍ଷ ଷଠୀଓଷା ଗୁରୁବାର ଦିନ ପଡ଼ିଥିବା ବେଳେ, ଏହି ଦିନ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ ପାଳିତ ହେଉଛି।
ସନ୍ତାନମାନଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ମଙ୍ଗଳ କାମନା କରି ମା’ମାନେ ଶ୍ରଦ୍ଧା ଓ ଭକ୍ତିର ସହ ଷଠୀଓଷା ପାଳନ କରିଥାନ୍ତି। ପରମ୍ପରା ଅନୁଯାୟୀ ସାତଟି ଡାଳ ଓ ହଳଦୀ କଣ୍ଠିକୁ ପୂଜାରେ ବ୍ୟବହାର କରାଯାଇ ମନ୍ତ୍ର ଉଚ୍ଚାରଣ କରାଯାଏ। ପୂଜା ପରେ ମା’ମାନେ ସନ୍ତାନଙ୍କ ପିଠିରେ ପରମ୍ପରା ଅନୁସାରେ ଡାଳର ସ୍ପର୍ଶ କରାଇଥାନ୍ତି।
ଅନ୍ୟପଟେ ଶିଳ୍ପ, କାରିଗରୀ ଓ ଯନ୍ତ୍ରପାତିର ଅଧିଷ୍ଠାତା ଭଗବାନ ବିଶ୍ୱକର୍ମାଙ୍କୁ ମଧ୍ୟ ଏହି ଦିନ ଭକ୍ତିର ସହ ପୂଜା କରାଯାଉଛି। ଫଳରେ ଏକାଦିନରେ ଦୁଇଟି ପାରମ୍ପରିକ ପୂଜା ପଡ଼ିଥିବାରୁ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଶ୍ରୀକାନ୍ତ ନନ୍ଦ ଙ୍କ ରିପୋର୍ଟ କ୍ଳ
ଚର୍ଚ୍ଚା tv












