୧୫-୦୮-୨୦୨୫ ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ୭୯ତମ ସ୍ୱାଧୀନତା ଦିବସରେ ଦକ୍ଷିଣ ୨୪ ପ୍ରଗଣାର ରବୀନ୍ଦ୍ରଗ୍ରାମ ପଞ୍ଚାୟତ ଅଞ୍ଚଳରେ ଭାରତ ସେବାଶ୍ରମ ସଂଘର ଗ୍ରାମୀଣ ସେବାକେନ୍ଦ୍ର ମନ୍ମଥପୁର ପ୍ରଣବ ମନ୍ଦିରରେ ସାରାଦିନ ବ୍ୟାପୀ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଦିନ ସକାଳେ ସଂଘର ସନ୍ୟାସୀ, ଅତିଥି ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ ୭୯ଟି ଗଛ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସ୍ୱାମୀ ପ୍ରଣବାନନ୍ଦ ମେଧା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ, ୫୦ ବର୍ଷରୁ ଅଧିକ ବୟସର ୭୯ ଜଣ ଦମ୍ପତିଙ୍କୁ ସେମାନଙ୍କର ସୁଖଦ ଦାମ୍ପତ୍ୟ ଜୀବନର ସ୍ୱୀକୃତି ସ୍ୱରୂପ ସ୍ୱାମୀ ପ୍ରଣବାନନ୍ଦ ଯୁଗଳ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସ୍ବାମୀ ଅନବେଶାନନ୍ଦଜୀ, ସ୍ବାମୀ ଦେବଶାନନ୍ଦ ଓ ସ୍ବାମୀ ହୃଦୟାନନ୍ଦ ଉପସ୍ଥିତ ଥିଲେ। ଏଥିରେ ବିଶିଷ୍ଟ ସଂଗୀତଜ୍ଞ ଆଚାର୍ଯ୍ୟ ସଞ୍ଜୟ ଚକ୍ରବର୍ତ୍ତୀ, ଲେଖକ ତଥା ଗୀତିକାର ଅନୁଭାଭ ହାଜରା, ହୋମିଓପାଥିକ୍ ଡାକ୍ତର ଡକ୍ଟର ସଚିନ ଗିରି, ସ୍ଥାନୀୟ ପଞ୍ଚାୟତ ପ୍ରଧାନ ଏବଂ ଉପପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ସେବାଶ୍ରମ ସଂଘର ମନ୍ମଥପୁର ପ୍ରଣବ ମନ୍ଦିରରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ
By Charcha News











