କଲ୍ୟାଣସିଂହପୁର/ରବୀନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜର ରେଞ୍ଜର ଚନ୍ଦନ ଗମାଙ୍ଗ ଙ୍କ ଦୁର୍ଘଟଣା ରେ ମୃତ ହୋଇଥିବା ଜଣା ପଡିଛି ।
ଖବର ନେବାରୁ ଜଣାପଡିଛି ଜେ କୌଣସି ଅଫିସ କାର୍ଯ୍ୟ ପଡିବାରୁ ସନ୍ଧ୍ୟା ଛଟା ପରେ କଲ୍ୟାଣସିଂହପୁରରୁ ନିଜ ଅଫିସରୁ ବାହାରି ନିଜ ( OD 10 R 0693 )କାରଧରି
ରାୟଗଡ଼ା ଅଭିମୁଖେ ଜାଉଥିବା ବେଳେ ରାମପୁର ନିକଟ ଏକ ବୁଲାଣିରେ ଭାରସାମ୍ଯ ହରାଇ ଏକ ଗଛକୁ ପିଟି ହୋଇଥିଲା କାର। ଗୁରୁତ୍ତର ହୋଇ ପଡ଼ିଥିଲେ । ନିକଟ ଗ୍ରାମବାସୀ ଉକ୍ତ ଖବର ଜାଣି ଜେକେପୁର ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ଜେକେପୁର ପୁଲିସ ପହଞ୍ଚି ରେଞ୍ଜର ଗମାଙ୍ଗ କୁ ଉଦ୍ଧାର କରି ନିଜ ପୁଲିସ ଗାଡିରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବବେଳେ ସେଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । ଉକ୍ତ ଖବର ପାଇ କଲ୍ୟାଣସିଂହପୁରରେ ଶୋକ ର ଛାୟ ଖେଳିଜାଇଛି ।
।ଉକ୍ତ ଖବର ପାଇ କଲ୍ୟାଣସିଂହପୁର ଫରେଷ୍ଟ ଷ୍ଟାପ ସ୍ବାସ୍ଥ୍ଯ କେନ୍ଦ୍ରରେ ପହଞ୍ଚିବା ପରେ ରେଞ୍ଜର ଙ୍କ ମୃତ୍ୟୁ ଖବର ର ପାଇଥିେଲ । ପୁଲିସ ଘଟଣାର ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି ।
ଭାରସାମ୍ଯ ହରାଇ ଗଛକୁ ପିଟିଲା କାର ରେଞ୍ଜର ମୃତ
By Charcha News












