ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।
BY- SUBHASMITA-March 26, 2026
ଭଞ୍ଜନଗର::ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ଯାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ଟି ଜାଗାରେ ଚାଲିଛି ଚଢ଼ାଉ।
୩ ଜଣ ଡିଏସପି ଓ ସାତ ଜଣ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ଥିବା ଜଣାଯାଇଛି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।
ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି:
ବ୍ରହ୍ମପୁରର ବସନ୍ତ ବିହାରରେ ଆବାସିକ ତିନିମହଲା କୋଠା |
ଭଞ୍ଜନଗରରେ ସରକାରୀ କ୍ୱାର୍ଟର୍ |
ଭଞ୍ଜନଗରରେ ଅଫିସ୍ ଚାମ୍ବର |
ପୋଲାସରାରେ ପୈତୃକ ଘର |
ଚର୍ଚ୍ଚା News











