ଦେଶରେ ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଇନ୍ଫୋ ଭ୍ୟାଲିରେ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭାରତର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଗ୍ଲାସ୍ ସେମିକଣ୍ଡକ୍ଟର୍ ପ୍ୟାକେଜିଂ ୟୁନିଟ୍ ଭୁବନେଶ୍ବର ଇନ୍ଫୋ ଭ୍ୟାଲି-୨ ଠାରେ ଉଦ୍ଘାଟିତ ହୋଇଯାଇଛି ।
BY-SUBHASMITA-DT-19.4.2026
Bhubaneswar ଆଜି ଦେଶର ଟେକ୍ନୋଲୋଜି ମାନଚିତ୍ରରେ ଆଉ ଗୋଟିଏ ବଡ଼ ମାଇଲ୍ଷ୍ଟୋନ୍ ଯୋଗ ହୋଇଛି। ରାଜଧାନୀର ଇନ୍ଫୋ ଭ୍ୟାଲି-୨ ଅଞ୍ଚଳରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର୍ ପ୍ୟାକେଜିଂ ୟୁନିଟ୍ର ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇଟି ମନ୍ତ୍ରୀ Ashwini Vaishnawଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ Mohan Charan Majhi ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରି ଏହାକୁ ରାଜ୍ୟର ଶିଳ୍ପ ଉନ୍ନତିର ନୂଆ ପାଇଦାନ ବୋଲି ବର୍ଣ୍ଣନା କରିଥିଲେ। ଏହି ଅତ୍ୟାଧୁନିକ ପ୍ରକଳ୍ପରେ ପ୍ରାୟ ୧୯୪୪ କୋଟି ଟଙ୍କାର ବିନିଯୋଗ ହେବାକୁ ଯାଉଛି। ପ୍ରତିବର୍ଷ ପ୍ରାୟ ୭୦ ହଜାର ପ୍ୟାନେଲ୍ ଓ ୧୩,୩୦୦ 3DHI ମଡ୍ୟୁଲ୍ ଉତ୍ପାଦନର ଲକ୍ଷ୍ୟ ରହିଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ Mukesh Mahaling ମଧ୍ୟ ଯୋଗଦେଇଥିଲେ। ଏହି ୟୁନିଟ୍ର ବିଶେଷତା ହେଉଛି ଏହା ଗ୍ଲାସ୍ ସବ୍ଷ୍ଟ୍ରେଟ୍ ଆଧାରିତ ଆଧୁନିକ ସେମିକଣ୍ଡକ୍ଟର୍ ପ୍ୟାକେଜିଂ ଟେକ୍ନୋଲୋଜିରେ ଚାଲିବ। ଏଠାରେ ତିଆରି ହେଉଥିବା ଚିପ୍ଗୁଡିକ ଏରୋସ୍ପେସ୍, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା (AI), 5G ଏବଂ ଡାଟା ସେଣ୍ଟର୍ ଭଳି ଉଚ୍ଚ ତକନିକୀ କ୍ଷେତ୍ରରେ ବ୍ୟବହୃତ ହେବ। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨୫୦୦ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଏହା ସହିତ ଓଡିଶାକୁ ଏକ ଟେକ୍ନୋଲୋଜି ହବ୍ ଭାବେ ଗଢ଼ି ତୋଳିବାରେ ଏହା ମୁଖ୍ୟ ଭୂମିକା ନେବ।ଦେଶକୁ ସେମିକଣ୍ଡକ୍ଟର୍ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି !
ଚର୍ଚ୍ଚା news











