ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପୁଣି ଜନ୍ମ ନେଇଛି ଆଉ ଏକ ଆଞ୍ଚଳିକ ଦଳ । କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ବଳ ଗୋଟାଇବା ପରେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ ଜନ୍ମ ନେଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ସମାବେଶର ଆୟୋଜନ କରି ଓଡ଼ିଆଙ୍କ ପାଇଁ ଓଡ଼ିଶା ନାରା ଦେଇ ଅଭିଯାନ ଆରମ୍ଭ କରିଛନ୍ତି ।
By-SUBHASMITA-DT- 6.4.2026
ଭୁବେନଶ୍ୱର : DT- 6.4.2026 : ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପୁଣି ଜନ୍ମ ନେଇଛି ଆଉ ଏକ ଆଞ୍ଚଳିକ ଦଳ କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ବଳ ଗୋଟାଇବା ପରେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ ଜନ୍ମ ନେଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ସମାବେଶର ଆୟୋଜନ କରି ଓଡ଼ିଆଙ୍କ ପାଇଁ ଓଡ଼ିଶା ନାରା ଦେଇ ଅଭିଯାନ ଆରମ୍ଭ କରିଛନ୍ତି । ବିଶାଳ ସମାବେଶ କରି ଓଡ଼ିଶା ଜନତା କଂଗ୍ରେସ ଦଳର ଶୁଭାରମ୍ଭ କରିଛନ୍ତି ପ୍ରତିଷ୍ଠାତା ମହମ୍ମଦ ମୋକିମ । ଉଭୟ ଶାସକ ଓ ବିରୋଧୀ ଦଳଙ୍କୁ ଟାର୍ଗେଟ କରିବା ସହ ପୌର ଓ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଆଜିର ସମାବେଶରେ ଯୋଗ ଦେଇ ପୁଣି ଚର୍ଚ୍ଚା ବଢ଼ାଇଛନ୍ତି କଂଗ୍ରେସରୁ ନିଲମ୍ବିତ ବିଧାୟିକ ସୋଫିଆ ଫର୍ଦୋଷଣି କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ବଳ ଗୋଟାଇବା ପରେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ ଜନ୍ମ ନେଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ସମାବେଶର ଆୟୋଜନ କରି ଓଡ଼ିଆଙ୍କ ପାଇଁ ଓଡ଼ିଶା ନାରା ଦେଇ ଅଭିଯାନ ଆରମ୍ଭ କରିଛନ୍ତି । ବହୁ ସମାଜସେବୀ, ସୂଚନା ଅଧିକାର କର୍ମୀ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଯୁବବର୍ଗ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଭାମଞ୍ଚରୁ ରଣହୁଙ୍କାର ଦେଇ ମୋକିମ କହିଛନ୍ତି ଓଡ଼ିଆଙ୍କ ହକ୍ ପାଇଁ ଲଢ଼ିବ ‘ଓଡ଼ିଶା ଜନତା କଂଗ୍ରେସ’ । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଉଭୟ ଶାସକ ଓ ବିରୋଧୀ ଦଳ ଉପରେ ବର୍ଷିଛନ୍ତି ।
ଓଡ଼ିଶା ଜନତା କଂଗ୍ରେସ ଦଳ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମଞ୍ଚ ଉପରକୁ ଯାଇ ବାପା ମହମ୍ମଦ ମୋକିମଙ୍କୁ ସହଯୋଗ କରିବାକୁ ଆସିଛନ୍ତି ବୋଲି କହିଥିଲେ । କଂଗ୍ରେସରୁ ନିଲମ୍ବନ ହେବା ପରେ ସୋଫିଆଙ୍କ ଭୂମିକା କଣ ରହି ସେ ନେଇ ଜୋର ଧରିଥିଲା ଚର୍ଚ୍ଚା । ଆଜି ତାହା ସ୍ପଷ୍ଟ ହୋଇଯାଇଛି । ସୋଫିଆ ଆଗକୁ ଓଡ଼ିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ବୋଲି ମୋକିମ କହିବାର ଦିନକ ପରେ ପ୍ରତିଷ୍ଠା ଉତ୍ସବରେ ସେ ସାମିଲ ହେବା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
ଚର୍ଚ୍ଚା news











