ଉଦଳା: (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ଘରୋଇ ବସ ମାଧ୍ୟମରେ ଚାଲୁଥିବା ଅବୈଧ ଦେଶୀ ମଦ ଚାଲାଣକୁ ପୋଲିସ ପର୍ଦାଫାସ କରିଛି। ବିଶେଷ ସୂଚନା ଆଧାରରେ ଉଦଳା ପୋଲିସ “ରାଜବାବୁ” ନାମକ ଘରୋଇ ବସରେ ଚଢ଼ାଉ କରି ଏହି ଚାଲାଣକୁ ଧରିଥିଲା।
ପୋଲିସ ସୂଚନା ଅନୁଯାୟୀ, ଉଦଳା ବ୍ଲକର ପାଟଶାଣିପୁର ଗ୍ରାମରୁ ଭୁବନେଶ୍ୱରର ସାଲିଆ ସାହି ଅଞ୍ଚଳକୁ ଅବୈଧ ଭାବେ ଦେଶୀ ମଦ ପଠାଯାଉଥିଲା। ଚଢ଼ାଉ ସମୟରେ ଜଣେ ନାବାଳକଙ୍କ ହାତରେ ମଦ ଭର୍ତ୍ତି ବ୍ୟାଗ ଥିବା ବେଳେ ସେ ପୋଲିସ ହାତରେ ଧରାପଡ଼ିଥିଲେ।
ଘଟଣା ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ପୋଲିସକୁ ଦେଖି ବ୍ୟାଗ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ପୋଲିସ ତିନୋଟି ସ୍କୁଲ ବ୍ୟାଗରୁ ମୋଟ ୩୪ଟି ବୋତଲ ଭର୍ତ୍ତି ଦେଶୀ ମଦ ଜବତ କରିଛି।
ନାବାଳକଙ୍କୁ ଅଟକ ରଖି ପଚାରାଉଚାରା ଚାଲିଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ର ତଦନ୍ତ ଜାରି ରଖିଛି।
ଏହି ଘଟଣା ଘରୋଇ ବସ ମାଧ୍ୟମରେ ଅବୈଧ ମଦ ଚାଲାଣ ହେଉଥିବା ଘଟଣାକୁ ପୁଣିଥରେ ସାମ୍ନାକୁ ଆଣିଛି। ବିଶେଷକରି ନାବାଳକଙ୍କୁ ଏହି ଅପରାଧିକ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ଘଟଣା ଗଭୀର ଚିନ୍ତାର ବିଷୟ।
ଏହା ସହିତ ପ୍ରଶ୍ନ ଉଠୁଛି ଯେ, ଘରୋଇ ପରିବହନ ବ୍ୟବସ୍ଥାରେ ଯାଞ୍ଚ ବ୍ୟବସ୍ଥା କେତେ ସକ୍ରିୟ ଅଛି ଏବଂ ଏହାର ପଛରେ ରହିଥିବା ମୁଖ୍ୟ ଚକ୍ରlନ୍ତକାରୀ କିଏ।
ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବା ବେଳେ ପୋଲିସର ପରବର୍ତ୍ତୀ କାର୍ଯ୍ୟକଳାପ ଉପରେ ସମସ୍ତଙ୍କ ନଜର
ଭୁବନେଶ୍ୱର କୁ ଦେଶୀ ମଦ ଚାଲାଣର ପର୍ଦାଫାସ, ନାବାଳକ ଅଟକ, ୨ ଫେରାର
By Charcha News












