BY-SUBHASMITA-DT-21.4.2026
ଭୋଟର ତାଲିକାରୁ ପ୍ରାୟ ୯ ଲକ୍ଷ ୮୦ ହଜାର ନାମ ବାଦ ପଡ଼ିବା ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ତେଜିଛି। ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖାଯାଇଛି।
ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କ ଚିଠିରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରାଥମିକ ଯାଞ୍ଚରେ ଏତେ ବଡ଼ ସଂଖ୍ୟକ ଭୋଟରଙ୍କ ନାମ ବାଦ ହେବା ଭୋଟର ତାଲିକାର ସ୍ୱଚ୍ଛତା ଓ ନିର୍ଭୁଲତା ଉପରେ ପ୍ରଶ୍ନ ଉଠାଉଛି।
ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏପରି ପ୍ରକ୍ରିୟାରେ ପ୍ରକୃତ ଭୋଟରମାନେ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏହା ନିର୍ବାଚନର ନିରପେକ୍ଷତାକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।
ଏହି ପରିସ୍ଥିତିରେ ସମଗ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ସସ୍ମିତ ପାତ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।
ଚର୍ଚ୍ଚା news












