BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ର ସଫଳତା। ୩ହଜାର ପୋଚ ନଷ୍ଟ କରିବା ସହ ୬୦ଲିଟର ରନ୍ଧା ମଦ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଆଜି ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣପୁର ପୋଲିସ।ଗିରଫ ଅଭିଯୁକ୍ତ ହେଲେ ଶିଙ୍ଗା ବିଡିକା
ସୂଚନା ଅନୁସାରେ ଵେଆଇନ ଭାବେ ମହୁଲି ଦେଶୀ ରନ୍ଧା ମଦ ମଙ୍ଗଳାଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ରନ୍ଧା ଯାଉଥିବା ଖବର ଆସିଥିଲା।ଖବର ପାଇ ସଙ୍ଗେ ସଙ୍ଗେ ଗୁଣପୁର ଥାନା ଅଧିକାରୀ ବି କେ କହଁର ଙ୍କ ନିର୍ଦ୍ଧେଶରେ ପୋଲିସ ର ଏକ ଟିମ୍ ମୋରମା ପଞ୍ଚାୟତ ର ମଙ୍ଗଳାଗୁଡ଼ା ନିକଟକୁ ଯାଇ ଛଡାଉ କରିଥିଲେ।ଏହି ସମୟରେ ମଦ ପାଇଁ ପ୍ରସ୍ତୁତି ଥିବା ୩ହଜାର ଲିଟର ପୋଚ ନଷ୍ଟ କରିବା ସହ ୬୦ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ। ଜଣ କୁ ଗିରଫ କରାଯାଇଛି।ଏହି ଚଢାଉ ସମୟରେ ୨ଜଣ ଏସ.ଆଇ ରଞ୍ଜିତ ତ୍ରିପାଠୀ ହେମଲତା ଶବର ଓ ଏ ଏସ ଆଇ ବନମାଳୀ ନାୟକ ଓ ତାଙ୍କ ଟିମ୍ ଉପସ୍ଥିତି ରହିଥିଲେ।ଏ ସଂକ୍ରାନ୍ତରେ ଗୁଣପୁର ଥାନାରେ ୧୧୩/୨୬ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି।
ଚର୍ଚ୍ଚା news












