ରାୟଗଡ଼ା/ରବୀନ୍ଦ୍ର ନାଥ ମହାପାତ୍ର: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଶେଷ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ଯରେ ନିୟୋଜିତ ହୋଇଥିଲେ। ମାଁଙ୍କ ପୂଜାର୍ଚ୍ଚନା ପରେ 6 ମାସ ବ୍ୟବଧାନରେ ଆଜି ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ଦାନ ହୁଣ୍ଡି ଖୋଲାଯାଇଥିଲା। ଦୀର୍ଘ ଦଶ ଘଣ୍ଟା ପରେ ହୁଣ୍ଡିରୁ ନଗଦ 1 କୋଟି 5ଲକ୍ଷ 52ହଜାର 845 ଟଙ୍କା ମିଳିଥିବା ବେଳେ 2କେଜି 150 ଗ୍ରାମ ରୂପା ଓ 30 ଗ୍ରାମ ସୁନା ବାହାରିବା ସହ 23ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଛି। ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ରାୟଗଡା ୟୁନିୟନ୍ ବ୍ୟାଙ୍କ କୁ ସ୍ଥାନାନ୍ତର କରାଯାଇଛି। ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ 250 ଜଣ ମହିଳା ସାମିଲ ହୋଇଥିଲେ। ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିର ର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।
ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିର ଶେଷ ହେଲା ଗଣତି
By Charcha News












