ଉଦଳା -(ରାଜୀବ କୁମାର ବେହେରା)- ଆସୁଛି ପିକନିକ ଋତୁ,ରାଜ୍ୟରେ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି,ନୂଆ ବର୍ଷ ସମୟ ଯେତେ ପାଖେଇ ଆସୁଅଛି , ଲୋକଙ୍କ ଭିତରେ ବେଶ ଆନନ୍ଦର ଲହରୀ ଦେଖିବାକୁ ମିଳିଛି, ବାହାର ପର୍ଯ୍ୟଟକ ମାନେ ମୟୁରଭଞ୍ଜ ଜିଲ୍ଲା ରେ ଥିବା ପର୍ଯ୍ୟଟନ ସ୍ଥଳୀ
ଶିମିଳିପାଳ ପର୍ବତମାଳାର ବହିଃପାର୍ଶ୍ୱରେ ଅବସ୍ଥିତ ଖୁଣ୍ଟା ବ୍ଲକର ଟୁଙ୍କି ଜଳପ୍ରପାତ ଆଜିବି ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ କେନ୍ଦ୍ର ବିନ୍ଦୁ। ପ୍ରାୟ ୧୫ ବର୍ଷ ପୂର୍ବରୁ ବାହାର ବିଶ୍ୱରେ ଜଣାଶୁଣା ହୋଇଥିବା ଏହି ଜଳ ପ୍ରପାତ ବର୍ତ୍ତମାନ ଦ୍ରୁତଗତିରେ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ଅନେକ ବିଦେଶୀ ପର୍ଯ୍ୟଟକ ଏବଂ ଲୋକଙ୍କ ବେଶ ଭିଡ଼ ଜମୁଛି l
ଦୁଇ ତଳ ବିଶିଷ୍ଟ ପ୍ରପାତ ଦର୍ଶକ ଙ୍କୁ ରୋମାଞ୍ଚକର କରିଛି l
ଟୁଙ୍କି ଜଳପ୍ରପାତ ଦୁଇ ଭାଗରେ ବହିଯାଇଛି।
ବର୍ଷା ଦିନରେ ନିମ୍ନତମ ତଳରେ ପ୍ରାୟ ୨୦ ପୁଟ ଚଉଡ଼ାରେ ବେଗବାନ୍ଧରେ ଜଳପ୍ରବାହ,
ସିଧାସଳଖ ତଳେ ଥିବା ଗଭୀର କୁଣ୍ଡରେ ପଡ଼େ।
ଶୀତକାଳରେ ଜଳ ସ୍ରୋତ ହ୍ରାସପାଇଥାଏ, କିନ୍ତୁ ସୌନ୍ଦର୍ଯ୍ୟର ମାନ ଅବିଚଳ ରହେ। ୨୦୨୦ ପରେ ନୂଆ ଘାଟି ରାସ୍ତା— ପର୍ଯ୍ୟଟନରେ ନୂଆ ଅଧ୍ୟାୟ ନୂଆ ଘାଟି ରାସ୍ତା ହେତୁ ଟୁଙ୍କିର ଆକର୍ଷଣ କେତେକ ଗୁଣା ବଢ଼ିଛି।
ପର୍ଯ୍ୟଟକମାନେ ଗାଡ଼ିରେ ଯାଇଥିବାବେଳେ ମଧ୍ୟ ଘାଟି ରାସ୍ତାର ପ୍ରକୃତି ସୌନ୍ଦର୍ଯ୍ୟ ଦେଖି ମନ ମୋହୁଛି। ବିକାଶର ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି, କାରଣ ଭିତରକୁ ଯିବାକୁ ପାହାଡ଼ ଦେଇ ଅସୁରକ୍ଷିତ ଚଲା ବାଟ ଓ ନାହିଁ କିଛି ସୁରକ୍ଷା ବ୍ୟବସ୍ଥା
ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ମିଳିତରେ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀରେ ସବୁଦିନିଆ ପାହାଡ଼ ଚଢ଼ା ବାଟ ତିଆରି କରିବା, ଏବଂ
ଗଭୀର ପାଣି କୁଣ୍ଡକୁ ଘେରି କଡ଼ା ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା
ଆବଶ୍ୟକତା ରହିଛି । ଏହି ଜଳ ପ୍ରପାତ ରେ କୁଣ୍ଡ ଚାରି ପାଖରେ ସୁରକ୍ଷା ବ୍ୟବସ୍ଥା ଏବଂ କୌଣସି ଘେରା ବ୍ୟବସ୍ଥା ନଥିବାରୁ , ଝରଣା ରେ ବୁଡି ବୁଲିବାକୁ ଆସି ନିରୀହ ଜୀବନ ଯାଉଛି l
ଗତ ୨ ବର୍ଷଭିତରେ ଏଠାରେ ୩ ଯୁବକ ଜଳକୁଣ୍ଡରେ ବୁଡ଼ି ମରିଥିବା ଘଟଣା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ବାଚୀ ହୋଇ? ସାଧାରଣରେ ଆଲୋଚନା ହେଉଛି । ଏଣୁ ଖୁବଶୀଘ୍ର ଏହି ଘଟଣା କୁ ସରକାର ନଜର ଦେଇ ଏହି ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ପଦକ୍ଷେପ ନେବା ର ଆବଶ୍ୟକତା ରହିଛି l
ଟୁଙ୍କି ଜଳ ପ୍ରପାତ ପହଞ୍ଚି ବାକୁ ହେଲେ
ବାଲେଶ୍ୱର ରୁ ଆସୁଥିଲେ
ରେମୁଣା – ଜାନୁଗଞ୍ଜ – ଖୁଣ୍ଟା (୫୦ କିମି)
ଭୁବନେଶ୍ୱରୁ ଆସୁଥିଲେ ଶେରଗଡ଼- କପ୍ତିପଦା- ଉଦଳା- ଖୁଣ୍ଟା
ଖୁଣ୍ଟାରୁ ଟୁଙ୍କି – କଲେଜ ଛକ → ଭୋଳାଗଡ଼ିଆ → ସାନଓଳିଆ PMGSY ରୋଡ଼ → ରଙ୍ଗାମାଟିଆ (୧୫ କିମି) ସେଠାରୁ ପଶ୍ଚିମକୁ ୩ କିମି ଯିବା ପରେ ଅଧl ଘଣ୍ଟା ପାହାଡ଼ ଚଢ଼ିବା ପରେ → ଟୁଙ୍କିରେ ପହଞ୍ଚିବେ..












