୦୬/୦୮/୨୫(ରିପୋର୍ଟ୍, ମାନସ୍ ନେତାମ୍, ଚର୍ଚା ନ୍ୟୁଜ୍)
ମାଲକାନଗିରି ଜିଲ୍ଲାର ମାଥିଳି ବନବିଭାଗ ରେଞ୍ଜ ଅନ୍ତର୍ଗତ ବୁରୁଡିଗୁଡା ରିଜର୍ଭ ଫୋରେଷ୍ଟ ବନ ବିଭାଗର କର୍ମଚାରୀମାନେ ରୁଟିନ୍ ପଦଯାତ୍ରା କରିବା ସମୟରେ ଜଣେ ଭାଲୁ ମାଆ ଓ ତାଙ୍କ ଛୁଆକୁ ଏକ ଫାନ୍ଦରେ ଫସିଥିବା ଅବସ୍ଥାରେ ଦେଖିଥିଲେ। ଏହି ଫାନ୍ଦ ଅବୈଧ ଭାବରେ ଜନ୍ତୁ ଧରିବା ପାଇଁ ପତିତ ହୋଇଥିବା ନିଶ୍ଚିତ ହୋଇଥିଲା।
ଘଟଣାର ସୂଚନା ମିଳିବା ସହିତ, ମାଥିଳି ବନ ରେଞ୍ଜର ଫିଲ୍ଡ ଷ୍ଟାଫ୍ ସହ ରାପିଡ୍ ରେସପୋନ୍ସ ଟିମ୍ ତୁରନ୍ତ ଘଟଣା ସ୍ଥଳକୁ ଜାଇ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କଲେ। ଅତ୍ୟନ୍ତ ସାବଧାନତା ଓ କୌଶଳତା ପ୍ରକ୍ରିୟା ଅନୁସରଣ କରି ଉଦ୍ଧାର କାର୍ଯ୍ୟକ୍ରମ ଚାଲିଥିଲା।
ଭାଲୁ ଓ ତାଙ୍କ ଛୁଆକୁ ଫାନ୍ଦରୁ ବାହାର କରି ନିକଟସ୍ଥ ଜଙ୍ଗଲ ଅଭିମୁଖେ ଛଡାଗଲା। ଏହି ସଫଳ ଉଦ୍ଧାର କାର୍ଯ୍ୟକୁ ବନ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଗ୍ରହଣ କରିଛି।
ଘଟଣା ସ୍ଥଳକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ଏପରି ଅବୈଧ ଫାନ୍ଦ ପତିତ କରି ଜନ୍ତୁମାନଙ୍କୁ ଧରିବା ଚେଷ୍ଟା ହେଉଛି। ଏପରି କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ପାଇଁ ବନ ବିଭାଗ ପକ୍ଷରୁ ବୃହତ୍ ଚେତାବନୀ ଦିଆଯାଇଛି ଓ ନିରୀକ୍ଷଣ ଦଳ ନିଯୁକ୍ତ କରାଯାଇଛି।
ଏହି ପଦକ୍ଷେପ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା, ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।












