ପ୍ରଶାନ୍ତ ରାଉଳ/କୋଲକତା
ଦାର୍ଜିଲିଂ ବିପର୍ଯ୍ୟୟରେ ଫସି ରହିଥିବା ପର୍ଯ୍ୟଟକଙ୍କ ପାଇଁ ମମତା ବାନାର୍ଜୀ ସରକାର ହୋଟେଲ ଖର୍ଚ୍ଚ ବହନ କରିବେ କହିଲେ ମମତା ବାନାର୍ଜୀ
ନିରନ୍ତର ବର୍ଷା ଯୋଗୁଁ ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ବଙ୍ଗ ସିଲିଗୁଡ଼ି , ଜଲ ପାଇ ଗୁଡ଼ି ଜିଲ୍ଲା, କୋଚ ବିହାର ଓ ଦାର୍ଜିଲିଂ ପାହାଡ ବିପର୍ଯ୍ୟସ୍ତ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରିସ୍ଥିତିର ସମୀକ୍ଷା କରିବାକୁ ଉତ୍ତର ବଙ୍ଗ ଯାଉଛନ୍ତି। ଯିବା ପୂର୍ବରୁ ସେ କୋଲକତା ବିମାନବନ୍ଦରରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପୋଲିସ ହୋମଗାର୍ଡ ଚାକିରି ଦିଆଯିବ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଦାର୍ଜିଲିଂ ବିପର୍ଯ୍ୟୟରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ଏହା ସହିତ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଆଜି ଉତ୍ତର ବଙ୍ଗ ଯିବା ପୂର୍ବରୁ ମମତା କୋଲକାତା ବିମାନବନ୍ଦରରୁ ଏହା କହିଥିଲେ। ଏହା ସହିତ, ସେ ପୁଣି ଥରେ ଉତ୍ତର ବଙ୍ଗର ପରିସ୍ଥିତି ପାଇଁ ଭୁଟାନ ଦେଶ ରୁ ଛଡ଼ାଯାଇଥିବା ପାଣିକୁ ଦାୟୀ କରିଛନ୍ତି। ଦୁର୍ଗା ପୁର ମାଇଥନ୍ ଏବଂ ପଞ୍ଚେତ୍ ରୁ ପାଣି ଛାଡ଼ିବାରେ DVC ମଧ୍ୟ ହାତ ଦେଇଛନ୍ତି। ସେ ଉତ୍ତର ବଙ୍ଗର ପରିସ୍ଥିତିକୁ ‘ମାନବ ନିର୍ମିତ ବନ୍ୟା’ ବୋଲି କହିଛନ୍ତି।
ମମତା ବାନାର୍ଜୀ କହିଛନ୍ତି ଯେ ସେ ମନ୍ତ୍ରୀ ଅରୂପ ବିଶ୍ୱାସଙ୍କୁ ଧୂପଗୁଡ଼ି ପଠାଇ ସାରିଛନ୍ତି। ଉତ୍ତର ବଙ୍ଗରେ ପହଞ୍ଚିବା ପରେ ସେ ପ୍ରଥମେ ହାସିମାରା ଯିବେ। ସେଠାରୁ ସେ ସୋମବାର ଦିନ ନାଗରକଟା ଅଭିମୁଖେ ଯିବେ। ମମତା କହିଛନ୍ତି ଯେ ସେ ଯଥାସମ୍ଭବ ଯିବାକୁ ଚେଷ୍ଟା କରିବେ। ତାଙ୍କ ସହିତ ରାଜ୍ୟର ମୁଖ୍ୟ ସଚିବ ମନୋଜ ପନ୍ତ ମଧ୍ୟ ଅଛନ୍ତି।
ମମତା ବାନାର୍ଜୀ କହିଛନ୍ତି ଏହି ଦୁଃଖୁତ ସମୟ ରେ ବିଜେପି ଦଳ ନେତା ମାନେ ରାଜନୈତିକ କଟୁ କଥା କହୁଛନ୍ତି କିନ୍ତୁ ଘଟଣା ସ୍ଥଳରେ କେହି ଯାଇ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେବା ତାହା କରିବେ ନାହିଁ











