ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଆଜି ସୋମବାର ଗୁଡ଼ାରୀ ଆଇଆଇସି ସମର୍ପିତ ସ୍ୱାଇଁ ଙ୍କ ନେତୃତ୍ବ ରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଥାନ ରେ କେସ ନମ୍ୱର୍ ୨ରେ ମାମଲା ରୁଜୁ ହୋଇଛି ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଥିଲେ।
ସୂଚନା ମୁତାବକ ସୋମବାର ଯୁବତୀ ଜଣକ କପା ବାଡକୁ କପା ତୋଳିବାକୁ ଯାଇଥିଲେ। ଘର କୁ ଫେରିବା ପରେ ସେହି ୩ ଜଣ ଯୁବକ ଏକ ମୋଟର ସାଇକେଲ ରେ ବସାଇ କପା ବାଡ କୁ ନେଇ ଯୁବତୀଙ୍କୁ ବଳାତ୍କାର କରିଥିଲେ।ପରେ ସେମାନେ ପୁଣି ସେହି ଝିଅ କୁ ଘର୍ ସମ୍ମନାରେ ଆଣି ଛାଡ଼ିଦେଇଥିଲେ।ଆଉ ସେମାନେ ପୀଡ଼ିତା କୁ କାହାକୁ ହେଲେ କହିବ ନାହିଁ ବୋଲି ଧମକ ଦେଇଥିଲେ।ଏହି ଖବର ପୀଡ଼ିତ ର ମା ଜାଣିବା ପରେ ଗୁଡ଼ାରୀ ଥାନାରେ ଲିଖିତ ଏତଲା ଦେଇଥିଲେ।ପରେ ଗୁଡ଼ାରୀ ପୋଲିସ ର ତଦନ୍ତ ଆରମ୍ଭ ହୋଇଥିଲା।ବର୍ତ୍ତମାନ ଏହି ଘଟଣା ଯିଲରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଏହା ଏକ ନିନ୍ଦନୀୟ କାର୍ଯ୍ୟ ବୋଲି ଓକିଲ ରମେଶ ଲିମା କହିଥିଲେ।ଏପଟେ ପୀଡ଼ିତା ଙ୍କ ମା ସେମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ସୂଚନା ଦେଇଥିଲେ ।
ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣବଳାତ୍କାର ,ଗୁଡ଼ାରୀ ଥାନାରେ ତିନି ଅଟକ
By Charcha News












