ନିଜ ଅଧିକାର ଓ ଦାବିକୁ ନେଇ ମଧ୍ୟ ସ୍ୱର ଉଠାଇଛି ଆଦିବାସୀ ସଂଘ। ପେସା ଆଇନ କାର୍ଯ୍ୟକାରୀ କରିବା, ଜଳ, ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରିବା ସହ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି କରାଯାଇଛି ।
ରାଜରାସ୍ତାରେ ଦେଖିବାକୁ ମିଳିଲା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଝଲକ । ମାଲକାନଗିରି ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ବିଶ୍ୱ ଆଦିବାସୀ ଦିବସ । ଜିଲ୍ଲା ଆଦିବାସୀ ସଂଘ ମହାସମାଜ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଆଦିବାସୀ ଭାଇଭଉଣୀ ଏଥିରେ ସାମିଲ ହୋଇଛନ୍ତି ।
ଶୋଭାଯାତ୍ରାରେ ଆଦିବାସୀଙ୍କ କଳା, ସଂସ୍କୃତି, ପାରମ୍ପରିକ ନୃତ୍ୟ, ବେଶଭୂଷା ଓ ପରମ୍ପରା ପ୍ରଦର୍ଶିତ ହୋଇଛି । ନିଜ ଅଧିକାର ଓ ଦାବିକୁ ନେଇ ମଧ୍ୟ ସ୍ୱର ଉଠାଇଛି ଆଦିବାସୀ ସଂଘ। ପେସା ଆଇନ କାର୍ଯ୍ୟକାରୀ କରିବା, ଜଳ, ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରିବା ସହ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି କରାଯାଇଛି ।
ମାଲକାନଗିରି ଜିଲ୍ଲାରେ ପ୍ରାୟ ୧୫ଟି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଜିଲ୍ଲାର ମୋଟ ଜନସଂଖ୍ୟାର ପ୍ରାୟ ୫୬ ପ୍ରତିଶତ ଆଦିବାସୀ । ପ୍ରାୟ ୪ ଲକ୍ଷ ଆଦିବାସୀ ମାଲକାନଗିରିରେ ବସବାସ କରୁଥିବା ବେଳେ କୋୟା, ଭୂମିଆ, ମାଠିଆ, ବଣ୍ଡା, ଦିଦାୟୀ, ଗାଦବା ଓ କନ୍ଧ ଭଳି ବିଭିନ୍ନ ସମ୍ପ୍ରଦାୟ ଏଠାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ କୋୟା ସମ୍ପ୍ରଦାୟର ଜନସଂଖ୍ୟା ସର୍ବାଧିକ । ନିଜ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ପେସା ଆଇନକୁ କାର୍ଯ୍ୟକାରୀ କରିବା ସହ ଜଙ୍ଗଲ ଅଧିକାର ଆଇନର ସଠିକ୍ ରୂପାୟନ ଲାଗି ଆଦିବାସୀମାନେ ବାରମ୍ବାର ଦାବି କରିଆସୁଛନ୍ତି ।
ଚର୍ଚ୍ଚା news












