ମାଲକାନଗିରି / ମାନସ୍ ନେତାମ୍
ମାଲକାନଗିରି ଠାରେ ବିଶ୍ଵ ଏଡସ୍ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡୋଲମନୀ ପ୍ରଧାନ ସହିତ ବହୁ ଡ଼ାକ୍ତର ଏବଂ ନର୍ସ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ୬୦ଜଣ ଛାତ୍ରଛାତ୍ରୀ ୧୭ଜଣ ଆସା କର୍ମୀ, ୩୦ ଜଣ ଅରବାନ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ। ଏଡସ୍ ର ସଚେତନତା କୁ ଦୃଷ୍ଟିରେ ରଖି ଏହି ଅବସରରେ ଜିଲ୍ଲା ସଦରମହକୁମା ସିଡିଏମଓ ଅଫିସ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସିଥିଲେ।ଏଡସ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସଚେତନତା କରିବା ସହିତ ଏହାର ଲକ୍ଷଣ ଏବଂ ଚିକିତ୍ସା ଉପରେ ଆଲୋଚନା କରିଥିଲେ ଅଭିଜ୍ଞ ଡାକ୍ତରମାନେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି











