ପାଟନା ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିବାକୁ ଯାଉଛି । ସୁପ୍ରିମକୋର୍ଟ କଲେଜିୟମ୍ ସିକ୍କିମ ହାଇକୋର୍ଟର ବିଚାରପତି ଜଷ୍ଟିସ ମୀନାକ୍ଷି ମଦନ ରାୟଙ୍କୁ ଏହି ପଦରେ ନିଯୁକ୍ତି କରିବାକୁ ସୁପାରିସ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜୁନ୍ ୪ ତାରିଖରେ ଅବସର ନେବେ।
ପାଟନା ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିବାକୁ ଯାଉଛି । ସୁପ୍ରିମକୋର୍ଟ କଲେଜିୟମ୍ ସିକ୍କିମ ହାଇକୋର୍ଟର ବିଚାରପତି ଜଷ୍ଟିସ ମୀନାକ୍ଷି ମଦନ ରାୟଙ୍କୁ ଏହି ପଦରେ ନିଯୁକ୍ତି କରିବାକୁ ସୁପାରିସ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜୁନ୍ ୪ ତାରିଖରେ ଅବସର ନେବେ। ଏହାପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ମେ ୨୨ ତାରିଖରେ କଲେଜିୟମ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜଷ୍ଟିସ ମୀନାକ୍ଷି ଏମ୍ ରାୟ ସିକ୍କିମ ନ୍ୟାୟିକ ଇତିହାସରେ ପ୍ରଥମ ମହିଳା ବିଚାରପତି ।ଦିଲ୍ଲୀରେ ଆଇନ ପଢ଼ିବାଠାରୁ ଆରମ୍ଭ କରି ସିକ୍କିମରେ ସବୁଠୁ ବଡ଼ ମହିଳା ବିଚାରପତି ଓ ବର୍ତ୍ତମାନ ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଯୁବ ମହିଳା ଓକିଲଙ୍କ ପାଇଁ ପ୍ରେରଣା ଦାୟକ। ଜଷ୍ଟିସ ମୀନାକ୍ଷି ମଦନ ରାୟ ୧୨ ଜୁଲାଇ ୧୯୬୪ରେ ସିକ୍କିମରେ ଗ୍ୟାଙ୍ଗଟକ୍ରେ ଜନ୍ମଗ୍ରହଣ କରିଥିଲେ। ମୀନାକ୍ଷି ସିକ୍କିମ ସରକାରର ପୂର୍ବତନ ଗୃହ ସଚିବ ସ୍ବର୍ଗତ ମଦନମ ମୋହନ ରସେଲି ଓ ପୂର୍ବ ଶିକ୍ଷୟିତ୍ରୀ ରବି ମାଲା ରସେଲିଙ୍କ ଝିଅ। ମୀନାକ୍ଷିଙ୍କ ପ୍ରାରମ୍ଭିକ ଶିକ୍ଷା ଗ୍ୟାଙ୍ଗଟକର ତାଥାଙ୍ଗଚେନ୍ ସ୍କୁଲ ଓ ପଶ୍ଚିମବଙ୍ଗର କୁର୍ସିୟାଙ୍ଗରେ ଏକ ସ୍କୁଲରେ ହୋଇଥିଲା । ସେ ୧୯୮୯ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଲ ସେଣ୍ଟରରୁ ଏଲ୍ଏଲ୍ବି ଡିଗ୍ରି ହାସଲ କରିଥିଲେ । ୧୯୯୦ ମସିହାରେ ବାର୍ ଆସୋସିଏସନ୍ ଅଫ ଦିଲ୍ଲୀରେ ଜଣେ ଓକିଲ ଭାବେ ନିଜକୁ ପଞ୍ଜିକରଣ କରିଥିଲେ ଓ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଜଣେ ଆଡଭୋକେଟ୍ ଅନ୍ ରେକର୍ଡ଼ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ । ୧୯୯୦ ମସିହାରେ ସେ ସିକ୍କିମ ନ୍ୟାୟିକ ସେବାରେ ସାମିଲ ହୋଇଥିଲେ ।
ଚର୍ଚ୍ଚା news



