ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବ୍ୟାଘାତ ସମ୍ପର୍କରେ ଆଲୋଚନା କରିଛନ୍ତି
by-SUBHASMITA-DT-March 28, 2026
ଭୁବେନଶ୍ୱର : DT-March 28, 2026 :ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟର ପ୍ରଭାବ ସମୀକ୍ଷା କରିବା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବିତ ପ୍ରୟାସ ଭାବନାରେ କାର୍ଯ୍ୟ କରି ପ୍ରସ୍ତୁତି ତ୍ବରାନ୍ବିତ କରିବା। ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବ୍ୟାଘାତ ଯୋଗୁଁ ତୈଳ ଓ ଏଲ୍ପିଜି ଯୋଗାଣରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସମ୍ଭାବ୍ୟ ଅଭାବର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶ୍ୱ ବଜାରରେ ତୈଳ ମୂଲ୍ୟବୃଦ୍ଧି ଯୋଗୁଁ ଦେଶରେ ମୂଲ୍ୟବୃଦ୍ଧିର ସମ୍ଭାବନା ଏବଂ ତାହାକୁ ରୋକିବା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ଗୁରୁତ୍ବ ଦିଆଯାଇଛି।
ଯୁଦ୍ଧ ଯୋଗୁଁ ସମଗ୍ର ଯୋଗାଣ ଶୃଙ୍ଖଳ ଉପରେ ପଡ଼ୁଥିବା ପ୍ରଭାବ ଏବଂ ତାହାର ସମାଧାନ ପାଇଁ ଯୋଜନା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟର ପ୍ରସ୍ତୁତି ଓ ପଦକ୍ଷେପ ସଠିକ୍ ରଣନୀତି ଆଧାରିତ ହେବା ଆବଶ୍ୟକ ବୋଲି କହିଛନ୍ତି ପିଏମ୍ ମୋଦୀ। କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ହୋଇଥିବା ସହଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଙ୍କଟରେ ମଧ୍ୟ ଏକାଠି କାର୍ଯ୍ୟ କରି ଦେଶର ଅର୍ଥନୈତିକ ଗତିକୁ ବଜାୟ ରଖିବାକୁ ପଡ଼ିବ।
ଚର୍ଚ୍ଚା News












