ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୱାର୍ଡ ମେମ୍ବରଙ୍କ ଦାବିପତ୍ର
BY-ରାଜୀବ କୁମାର ବେହେରା
ଉଦଳାମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଗ୍ରାମ ପଞ୍ଚାୟତର ଖାଉଟି ଯୋଗାଣ ସହାୟିକାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା। କପ୍ତିପଦା ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଗୟଳମରା ଗ୍ରାମର ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ସ୍ୱର୍ଗତ ମଙ୍ଗଲ ହାଁସଦାଙ୍କ ପତ୍ନୀ ଗୁରୁବାରୀ ହାଁସଦାଙ୍କର ୧୮ ଏପ୍ରିଲ ୨୦୨୩ ରେ ଦେହାନ୍ତ ଘଟିଥିଲେ ମଧ୍ୟ ତାଙ୍କ ନାମରେ ଥିବା AAY କାର୍ଡ ନମ୍ବର ୨୨୧୩୦୩୧୦୯୫୪ ରେ ଯୋଗାଣ ସହାୟିକା ନିଜ ସ୍ୱାମୀ ବିଶ୍ୱଜିତ ସାହୁଙ୍କୁ ମନୋନୀତ ବ୍ୟକ୍ତି ଭାବେ ଦର୍ଶାଇ ପ୍ରତିମାସ ଚାଉଳ ଉଠାଉଥିବା ଅଭିଯୋଗ ହୋଇଛି।
ସେହିପରି ଶିରିଷଘୁଟୁ ଗ୍ରାମର ଅନ୍ତ୍ୟୋଦୟ ହିତାଧିକାରୀ ନାରାୟଣ କିସ୍କୁଙ୍କ ୨୭ ଏପ୍ରିଲ ୨୦୨୪ ରେ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ AAY କାର୍ଡ ନମ୍ବର ୨୨୧୩୦୩୧୦୮୫୫ ରେ ଯୋଗାଣ ସହାୟିକା ନିଜ ପୁଅ ମୋହିତ ରଞ୍ଜନ ସାହୁଙ୍କୁ ମନୋନୀତ ବ୍ୟକ୍ତି ଭାବେ ରଖି ଚାଉଳ ହଡ଼ପ କରୁଥିବା ଅଭିଯୋଗ କରାଯାଇଛି।
ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ଖାଉଟି ଯୋଗାଣ ସହାୟିକାଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ବରଖାସ୍ତ କରାଯିବାକୁ ୱାର୍ଡ ସଭ୍ୟ ସଭ୍ୟାମାନେ ଦାବି କରିଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ଅନିଲ ମାର୍ଣ୍ଡି, ଜଗେନ୍ଦର ମୁର୍ମୁ, ସିନଗୋ ହାଁସଦା, ସରସ୍ୱତୀ ପାତ୍ର, ଆଲାଦି ମାର୍ଣ୍ଡି, ଭାରତୀ ବେହେରା, ଶଙ୍କର ଚରଣ ହେମ୍ବ୍ରମ, ମଲ୍ଲୀ ହେମ୍ବ୍ରମ, ସମ୍ବାରୀ ହେମ୍ବ୍ରମ, ନରେନ୍ଦ୍ର ଟୁଡୁ, ପ୍ରତିଭା ମଞ୍ଜରୀ ସାହୁ, ମୀନତି ମୁର୍ମୁ, ଦିଲ୍ଲୀପ ବେଶ୍ରା, ରାଉଁଦେ କିସ୍କୁ, ଶୁକି ସୋରେନ ଓ ସୀତା ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
ଚର୍ଚ୍ଚା news












