୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି।
ପଶ୍ଚିମବଙ୍ଗ: ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ୟ୍ୟଙ୍କ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରେ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । କାରଣ, ଏହି ଦିନଟି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ଏହାକୁ ଏକ ସାଂସ୍କୃତିକ ଓ ଐତିହାସିକ ମୁହୂର୍ତ୍ତ ଭାବେ ଚୟନ କରାଯାଇଛି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀ, ଦିଲୀପ ଘୋଷ ଏବଂ ସମିକ ଭଟ୍ଟାଚାର୍ୟ୍ୟଙ୍କ ନାମ ଚର୍ଚ୍ଚାରେ ଥିବାବେଳେ, ଚୂଡ଼ାନ୍ତ ନିଷ୍ପତ୍ତି ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ନେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ୧୫ ବର୍ଷର ଟିଏମସି ଶାସନର ଅନ୍ତ ଘଟାଇ ବିଜେପି ୨୦୬ଟି ଆସନ ସହ ଏହି ବିରାଟ ବିଜୟ ହାସଲ କରିଛି।
ଅଙ୍ଗ, କଳିଙ୍ଗ ପରେ ଏବେ ବଙ୍ଗ ଦଖଲ କଲା ବିଜେପି
ପୂର୍ବ ଭାରତରେ ବିଜେପିର ଅପ୍ରତିରୋଧ୍ୟ ବିଜୟ ଯାତ୍ରା
ଓଡ଼ିଶା ପରେ ପଶ୍ଚିମବଙ୍ଗରେ କାମ କଲା ବିଜେପିର ରଣନୀତି
୨ ବର୍ଷ ତଳେ ଓଡ଼ିଶାରେ ଇତିହାସ ରଚିଥିଲା ବିଜେପି
ବିଜେଡିର ୨୫ ବର୍ଷର ଦୁର୍ଗକୁ ଭାଙ୍ଗିଥିଲା ପଦ୍ମ ଶିବିର
ପଡ଼ୋଶୀ ଓଡ଼ିଶାର ପ୍ରଭାବ ବଙ୍ଗ ରାଜନୀତିରେ ପ୍ରତିଫଳିତ
‘ପୂର୍ବୋଦୟ’ ମିସନ୍ରେ ସଫଳ ହେଲେ ମୋଦି-ଶାହ
ତୃଣମୂଳ ସ୍ତରରେ ଦୁର୍ବଳ ହେଲା କି ଟିଏମ୍ସି?
ବିଜେପିର ସାଂଗଠନିକ ଶକ୍ତି ଆଗରେ ହାର ମାନିଲା କି ଦିଦିଙ୍କ ରଣନୀତି?
ଭ୍ରଷ୍ଟାଚାର ଓ ହିଂସା ମମତାଙ୍କୁ ମହଙ୍ଗା ପଡ଼ିଲା କି?
କାହିଁକି କାମ କଲାନି ‘ବଙ୍ଗଳାର ଝିଅ’ କାର୍ଡ?
ପରାଜୟ ପରେ ମମତା ବାନାର୍ଜୀଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ?
ଚର୍ଚ୍ଚା news











