ପ୍ରଶାନ୍ତ ରାଉଳ/ କୋଲକତା
ଆଙ୍କର/ବାତ୍ୟା ମୋନ୍ଥାର ପ୍ରଭାବରେ ରାଜ୍ୟ ପଶ୍ଚିମ ବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳ ନିଉ ଦୀଘା , ଦୀଘା ସମୁଦ୍ର ଉପକୂଳର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମା ହୋଇଛି। ଗତକାଲି ଅପରାହ୍ନରେ ପବନର ପ୍ରବଳତା ଯୋଗୁଁ ତମଲୁକ ସହରର କାଳୀ ପୂଜା ଆଲୋକର ଦ୍ୱାର ଭାଙ୍ଗି ପଡ଼ିଥିଲା। ଆଜି ସକାଳଠାରୁ ପ୍ରବଳ ବର୍ଷା ଜାରି ରହିଛି। ସମୁଦ୍ର ଉପକୂଳ ଅଞ୍ଚଳର ବେଳାଭୂମି ଅଞ୍ଚଳରେ ବହୁତ କମ୍ ପର୍ଯ୍ୟଟକ ଅଛନ୍ତି। ସମୁଦ୍ରରେ ସ୍ନାନ କରିବା ପାଇଁ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସକାଳଠାରୁ ଘନ ଆକାଶ ଜାରି ହୋଇଛି ଏବଂ ବର୍ଷା ହେଉଛି।
ସକାଳଠାରୁ ହେଉଛି ବର୍ଷା, ସମୁଦ୍ର ଉପକୂଳ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅଞ୍ଚଳରେ ମାଇକିଂ ଚାଲିଛି। ସମୁଦ୍ରକୁ ଯିବା ଉପରେ କଡ଼ା କଟକଣା।ଦୀଘା ତାଜପୁର ମନ୍ଦାରମଣିରେ ମାଇକିଂ ଚାଲିଛି। ବିଭିନ୍ନ ଘାଟକୁ ରଶି ସାହାଯ୍ୟରେ ବାଧା ଦିଆଯାଇଛି।ପର୍ଯ୍ୟଟକମାନଙ୍କୁ ସମୁଦ୍ର ରେ ସ୍ନାନ ଓ ତଳକୁ ଯିବାକୁ ଦିଆଯାଉନାହିଁ। ପୂର୍ବରୁ, ତଳିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଣି ଜମା ହେବା ଆରମ୍ଭ ହୋଇଗଲାଣି.











