ଉଦଳା – (ରାଜୀବ କୁମାର ବେହେରା ) – ଗାଁ ରେ ମହାବଳ ଆତଙ୍କ l ଗୁହାଳ ରୁ ଉଠାଇ ନେଲା ବନ୍ଧା ହୋଇ ଥିବା ଗାଇ , ଯାହାକୁ ନେଇ ଗ୍ରାମରେ ଭୟ ର ବlତା ବରଣ l ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବନବିଭାଗ ଅଧୀନ ପୋଡାଡିହା ରେଞ୍ଜଅନ୍ତର୍ଗତ
J.S ଜାମୁଢ଼ିଆ ହୁଡ଼ିସାହି ଗ୍ରାମରେ ମହାବଳ ବାଘ ଆତଙ୍କ ଦେଖିବାକୁ ମିଳିଛି। ଚାଲି ଯାଇଛି ଏକ ଗାଇ ର ଜୀବନ l ରାସ୍ତାରେ ମୃତ ଗାଇ ଆଉ ବାଘର ପାଦ ଚି଼ହ୍ନ ଠାବ ହୋଇଛି l ଅଂଚଳ ରେ ହାତୀ ଉପଦ୍ରବ ପରେ ଏବେ ବାଘ ଉତ୍ପାତରେ ଗ୍ରାମବାସୀଙ୍କ ଜୀବନ ପୁନର୍ବାର ଅସୁରକ୍ଷିତ ହୋଇପଡ଼ିଛି। ସୂଚନା ଅନୁସାରେ ଗତ କିଛି ଦିନ ଧରି ବାଘ ହୁଡ଼ିସାହି, ବନ୍ଧସାହି ଏବଂ ଅଡ଼ସାହି ଅଞ୍ଚଳରୁ ଦୁଇଟି ବାଛୁରୀ ଏବଂ ଏକାଧିକ ଛେଳିକୁ ଶିକାର କରି ନେଇଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପୂର୍ବରୁ ଥିଲା। ଏପରେ ଗତକାଲି ବିଳମ୍ବିତ ରାତ୍ରି ସମୟରେ ହୁଡ଼ିସାହି ଗ୍ରାମର ବିମଲ ମୁଣ୍ଡ (ପିତା – ମୁଚିରାୟ ମୁଣ୍ଡା)ଙ୍କ ଗୁହାଳରୁ ବାଘ ବନ୍ଧା ଥିବା ଏକ ଗାଇକୁ ଶିକାର କରି ଟାଣି ନେଇଛି। କୁକୁର ଭୁକିବା ଏବଂ ଗାଇମାନଙ୍କ ଶବ୍ଦ ପାଇ ଘର ଲୋକ ଓ ପଡ଼ୋଶି ଗ୍ରାମବାସୀ ଦୌଡ଼ି ଆସିବା ପରେ ଟିଣ ବଜାଇ ହୋହଲ୍ଲା କରିବାରୁ ବାଘ ଭୟଭୀତ ହୋଇ ଗାଁଠାରୁ କିଛି ଦୂରରେ ମୃତ ଗାଇକୁ ଛାଡ଼ି ଜଙ୍ଗଲ ଦିଗକୁ ପଳାଇଯାଇଛି। ଘଟଣା ପରେ ଏଲାକାରେ ଭିଡ଼ ଲାଗିଯାଇଥିଲା ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କର ପରିସ୍ଥିତି ଜନ୍ମ ନେଇଛି। ଖବର ପାଇ ପୋଡାଡିହା ଏବଂ କପ୍ତିପଦା ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବାଘର ଗତିବିଧି ନଜରରେ ରଖାଯାଇଛି ବୋଲି ସୂଚନା ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ — ବାଘ ଦେଖାଯାଇଥିବା ବିଷୟରେ ପୂର୍ବରୁ ଅନେକଥର ବନବିଭାଗକୁ ଜଣାଇଥିଲେ, କିନ୍ତୁ କୌଣସି ସୁରକ୍ଷା ମୂଳକ ପଦକ୍ଷେପ ନ ନେବାରୁ ଏହି ଅପ୍ରିୟ ଘଟଣା ଘଟିଛି ବୋଲି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଦାବି — ବାଘକୁ ଶୀଘ୍ର ଧରି ଜଙ୍ଗଲ ଭିତରକୁ ପଠାଇବା ଗ୍ରାମ ଅଞ୍ଚଳରେ କଡା ପେଟ୍ରୋଲିଂ ବ୍ୟବସ୍ଥା
ଶିକାର ହୋଇଥିବା ଗୃହ ପାଳିତ ପଶୁ ପାଇଁ ଯୋଗ୍ୟ କ୍ଷତିପୂରଣ ଗ୍ରାମବାସୀଙ୍କ କଥାରେ — “ପ୍ରଥମେ ଜୀବନ ଓ ପଶୁସମ୍ପଦ ସୁରକ୍ଷା।
ଯଦି ବାଘକୁ ଧରାଯିବା ଉଚିତ୍ ପଦକ୍ଷେପ ନ ନିଆଯାଏ, ସାମ୍ନାରେ ବଡ଼ ଦୁର୍ଘଟଣା ଘଟିପାରେ।” ଏହି ପରିସ୍ଥିତିରେ ବନବିଭାଗର ଶୀଘ୍ର ଓ କଠୋର ପଦକ୍ଷେପ ଆବଶ୍ୟକ।
ମୟୁରଭଞ୍ଜ ଜିଲ୍ଲା ହୁଡ଼ିସାହି ଗାଁରେ ମହାବଳ ବାଘ ଆତଙ୍କ : ଗୁହାଳକୁ ପଶି ଗାଇକୁ ଶିକାର
By Charcha News












