ପ୍ରଶାନ୍ତ ରାଉଳ
କୋଲକାତା
ରାଜ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ମହେଶତଲା ପୌରସଭାର ୧୩ ନମ୍ବର ୱାର୍ଡର ଗୋପାଳପୁର ମାଳିପଡ଼ାରେ ଦୁଇ ମଦ୍ୟପ ଯୁବକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ ବରୁଣ ମଣ୍ଡଳ (୩୫) ଏବଂ ଚିରଞ୍ଜିତ ମିତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ ଚିରଞ୍ଜିତ ମିତ୍ର ତାଙ୍କ ଭାଇ ଶୁଭଙ୍କର ମିତ୍ରଙ୍କୁ ଡାକିଥିଲେ ଏବଂ ଦୁଇ ଭାଇ ମିଶି ବରୁଣଙ୍କୁ ମାଡ଼ ମାରିଥିଲେ। ବରୁଣ ମଣ୍ଡଳ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ବରୁଣ ମଣ୍ଡଳଙ୍କୁ ସେହି ଅଞ୍ଚଳରେ ରାସ୍ତାରେ ପଡ଼ିଥିବା ଦେଖିଥିଲେ। ଏହା ପରେ, ବରୁଣ ମଣ୍ଡଳଙ୍କ ପରିବାର ସଦସ୍ୟ ଖବର ପାଇ ଘଟଣାସ୍ଥଳକୁ ଆସି ଝିଞ୍ଜିରା ବଜାର ତଦନ୍ତ କେନ୍ଦ୍ରକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରୁଣଙ୍କୁ ଉଦ୍ଧାର କରି ବେହାଲାର ବିଦ୍ୟାସାଗର ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ କର୍ତ୍ତବ୍ୟରତ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବରୁଣଙ୍କ ମୃତ୍ୟୁ ଖବର ଅଞ୍ଚଳରେ ପହଞ୍ଚିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ମହେଶତଲା ଥାନାର ପୋଲିସ ଏବଂ ର୍ୟାଫ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ ଅଭିଯୁକ୍ତଙ୍କ ପାଇଁ ଦଣ୍ଡ ଦାବି କରିଛନ୍ତି। ତେବେ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ସୂତ୍ର ଅନୁଯାୟୀ, ଦୁଇ ଅଭିଯୁକ୍ତ ଭାଇ, ଯଥା ଚିରଞ୍ଜିତ ମିତ୍ର (୩୯) ଏବଂ ଶୁଭଙ୍କର ମିତ୍ର (୩୨)ଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ତ୍ୟେବେ, ପୋଲିସ ଘଟଣା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୨/୧୦୩ ବିଏନ୍ଏସ୍ ଲାଗୁ ହୋଇଛି|
ରାଜ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ମହେଶତାଲାରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଉତ୍ତେଜନା, ୨ ଅଭିଯୁକ୍ତ ଗିରଫ
By Charcha News











