ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା
ଆଙ୍କର/ଏକକାଳୀନ 13 ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଉଛି ଏବଂ ଦକ୍ଷିଣ କୋଲକତାନିଉ ଅଲିପୂର୍ ର 391 ବ୍ଲକ G ଶ୍ୟାମ ସଦନରେ ED ଅଧିକାରୀମାନେ ଏକ ସର୍ଚ୍ଚ ଅପରେସନ୍ କରୁଛନ୍ତି। ପ୍ରାଥମିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅପରେସନ୍ ମୁଖ୍ୟତଃ ବାଲି ଚୋରା ଚାଲାଣ ମାମଲାରେ ଅନ୍ୟ ଦକ୍ଷିଣ କୋଲକତା ସହିତ ପଶ୍ଚିମ ବଙ୍ଗ ରାଜ୍ୟ ର ଆହୁରି 12 ଟି ଅଞ୍ଚଳ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ 12 ଟି ଟିମ୍
ବାଲି ଚୋରା ଚାଲାଣ ମାମଲା ଖୋଳତାଡ଼ ପାଇଁ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପୁଣି ସକ୍ରିୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାସର ପ୍ରଥମ ଦିନ ସକାଳ 7 ଟାରେ ଅପରେସନ୍ ଆରମ୍ଭ କରିଥିଲା। ED ର ଏକ ଦଳ ଝାରଗ୍ରାମ ଜିଲ୍ଲା ସ୍ଥିତ ଗୋପୀବଲ୍ଲଭପୁରରେ ଜଣେ ବ୍ୟବସାୟୀଙ୍କ ଘର ଖୋଜାଖୋଜି କରିଥିଲା। ED ସୂତ୍ର ଅନୁଯାୟୀ, ବ୍ୟବସାୟୀଙ୍କ ଉପରେ ନକଲି ଇନଭଏସ୍ ବ୍ୟବହାର କରି ବାଲି ଉତ୍ତୋଳନ ଏବଂ ବିକ୍ରୟ କରିବାର ଅଭିଯୋଗ ଅଛି। ସୋମବାର ସକାଳେ, ED ଅଧିକାରୀମାନେ କେନ୍ଦ୍ରୀୟ ବାହିନୀ ସହିତ ବ୍ୟବସାୟୀଙ୍କ ଘରକୁ ଯାଇଥିଲେ। ଖୋଜାଖୋଜି ଆରମ୍ଭ ହୋଇଛି।












