ପ୍ରଶାନ୍ତ ରାଉଳ /କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ମୁସିଦା ବାଦ୍ ଜିଲ୍ଲା ସ୍ଥିତ ରାଣୀନଗର ପୋଲିସ ଗୋପନ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ
ପାଗଲିର ଛକରେ ଚଢାଉ କରି ଜଣେ ବାଂଲାଦେଶୀ ଏବଂ ଜଣେ ଭାରତୀୟ ଦଲାଲଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫଙ୍କ ନାମ ବାଂଲାଦେଶର ଚାପାଇ ନବାବଗଞ୍ଜ ଜିଲ୍ଲାର ମାରୁଫ ଅଲି , ବୟସ (୧୮)। ଏବଂ ଭାରତୀୟ ଦଲାଲଙ୍କ ନାମ ମୁର୍ଶିଦାବାଦର ଲାଲଗୋଲା ଥାନା ଅଞ୍ଚଳର ଅନସାର ଅଲି। ଏହା ପରେ, ରାଣୀନଗର ପୋଲିସ ଷ୍ଟେସନ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫଙ୍କୁ ପୋଲିସ ହେପାଜତ ପାଇଁ ଆବେଦନ କରିବା ପରେ ଆଜି ଜିଲ୍ଲା କୋର୍ଟରେ ହାଜର କରାଯିବ ଓ ପୋଲିସ ହେପାଜତ୍ ରେ ଆସିଲେ ଦୁଇ ଜଣ ଙ୍କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବ ବୋଲି କହିଛନ୍ତି ପୋଲିସ ଅଧିକାରୀ











