‘ନକଲି’ ଦାବି ଖଣ୍ଡନ; PSO ନିଲମ୍ବିତ, ମାମଲା ରୁଜୁ :
BY-29-SUBHASMITA- DT- march-29-2026
ବଲାଙ୍ଗୀର ଟିଟିଲାଗଡ଼ ::ମାର୍ଚ୍ଚ 29::ପବିତ୍ର ରାମନବମୀ ଅବସରରେ ଟିଟିଲାଗଡ଼ରେ ଆୟୋଜିତ ଶୋଭାଯାତ୍ରା ସମୟରେ ଫାଙ୍କା ଗୁଳିଚାଳନା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସର୍ବସାଧାରଣ ମଧ୍ୟରେ ଏକାଧିକ ଥର ଗୁଳି ଚାଳନା କରିଥିବା ଅଭିଯୋଗ ରହିଛି।
ଘଟଣା ପରେ ବିଧାୟକ ଏହାକୁ “ନକଲି ପିସ୍ତଲ” ବୋଲି କହିଥିଲେ। କିନ୍ତୁ ପୁଲିସ ତଦନ୍ତରେ ବ୍ୟବହୃତ .32 ବୋର୍ ଅସଲି ପିସ୍ତଲ ଜବତ ହୋଇଛି। ଟିଟିଲାଗଡ଼ର ଠିକାଦାରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ସହର ପରିଭ୍ରମଣ କରୁଥିବା ବେଳେ ଶାସ୍ତ୍ରୀ ଛକରେ ବିଧାୟକ ନବୀନ ଜୈନ ସାମିଲ ହୋଇଥିଲେ।
ସେ ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଡାକି ପିସ୍ତଲ ନେଇ ଆକାଶ ମୁହାଁରେ ଗୁଳି ଚାଳନା କରିଥିଲେ। ପରେ ପିସ୍ତଲକୁ ନିଜ ପାଖରେ ରଖିଥିଲେ। ଏହିପରି ଘଟଣା ପୁରୁଣା ବ୍ୟାଙ୍କ ଛକରେ ମଧ୍ୟ ଘଟିଥିବା ସୂଚନା ମିଳିଛି।
ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।ବ୍ୟବହୃତ .32 ବୋର୍ ପିସ୍ତଲ ଜବତ
ତିନି ରାଉଣ୍ଡ ଗୁଳି ଚାଳନା ହୋଇଥିବା ସ୍ପଷ୍ଟ ବ୍ୟକ୍ତିଗତ ସୁରକ୍ଷା କର୍ମୀ ପ୍ରେମଚନ୍ଦ ନାଗଙ୍କୁ ନିଲମ୍ବନ
ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ବଲାଙ୍ଗୀର ଏସ୍ପି ଅଭିଳାଷ ଜି କହିଛନ୍ତି ଯେ, ଘଟଣାରେ ଆଇନୁଚିତ ପଦକ୍ଷେପ ଗ୍ରହଣ କରାଯିବ।ଘଟଣା ସମ୍ପର୍କରେ ବିଧାୟକ ନବୀନ ଜୈନ କହିଛନ୍ତି ଯେ, ଏହା ଏକ ନକଲି ପିସ୍ତଲ ଥିଲା ଓ ଶୋଭାଯାତ୍ରାରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେ ଗୁଳି ଫୁଟାଇଥିଲେ।ତେବେ ପୁଲିସ ତଦନ୍ତରେ ତାଙ୍କ ଏହି ଦାବି ସହ ମେଳ ମିଳିନାହିଁ।
ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସର୍ବସାଧାରଣ ମଧ୍ୟରେ ଏଭଳି ଗୁଳିଚାଳନା ଓ ସେଥିରେ ତତ୍କ୍ଷଣାତ୍ ନିୟନ୍ତ୍ରଣ ନ ହେବାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଏହା ରାଜନୈତିକ ଓ ସାମାଜିକ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇଛି ।
ଚର୍ଚ୍ଚା news











