BY-SUBHASMITA:DT-5.4.2026
DT-5.4.2026 ::ନିତେଶ ତିଵାରୀଙ୍କ ‘ରାମାୟଣ’ ଚଳଚ୍ଚିତ୍ରର ପ୍ରଥମ ଭାଗ ଏ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ନେଇ ଗତ ବର୍ଷରୁ ଉତ୍କଷ୍ଠା ଜାରି ରହିଛି। ଏବେ ଏହାର କିଛି ଚିତ୍ତାକର୍ଷକ ଦୃଶ୍ୟ ଥିବା ଏକ ଟିଜର୍ ପ୍ରକାଶ ପାଇଛି, ଯେଉଁଥିରେ ରହିଛି ରାମ ଭୂମିକାରେ ରଣବୀର କପୁରଙ୍କ ଏହି ରାଜକୀୟ ରୂପ। ଏହି ଟିଜର୍ରେ କୌଣସି ସଂଳାପ ନାହିଁ କିନ୍ତୁ ଭାରତର ଏହି ସୁପରିଚିତ କାହାଣୀର କେତେକ ଘଟଣାକୁ ଏଥିରେ ପ୍ରଦର୍ଶନ କରାଯାଇଛି। ସୀତାଙ୍କ ସ୍ବୟଂବରରେ ଧନୁ ଉଠାଇବା, ବନବାସରେ ଯିବା ପୂର୍ବରୁ ପିତାଙ୍କ ଠାରୁ ବିଦାୟ ନେବା, ଦଣ୍ଡକାରଣ୍ୟରେ ରାକ୍ଷସ ବଧ କରିବା, ଜଟାୟୁଙ୍କ ଶେଷକୃତ୍ୟ କରିବା ସମୟର ଦୃଶ୍ୟ ଏଥିରେ ଅନ୍ତର୍ଭୁକ୍ତ ।
ରାବଣଙ୍କ ପୁଷ୍ପକ ବିମାନ ଦୃଶ୍ୟ ‘ଅବତାର’ ଚଳଚ୍ଚିତ୍ର ପରି ଦିଶୁଛି ବୋଲି କିଛି ଦର୍ଶକ ଅଭିଯୋଗ କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ବଜେଟ୍ରୁ ଆରମ୍ଭ କରି ଅଭିନେତା ଚୟନକୁ ନେଇ ଏହିଭଳି ଚର୍ଚ୍ଚା ଆଲୋଚନା ଜାରି ରହିବା ସ୍ବାଭାବିକ। ରଣବୀର କପୁରଙ୍କ ବ୍ୟତୀତ ଏଥିରେ ସାଇ ପଲ୍ଲବୀ, ସନ୍ନି ଦେଓଲ, ରବି ଦୁବେ, ୟଶ ପ୍ରମୁଖ ଅଭିନୟ କରିଛନ୍ତି। ଓସ୍କାର ବିଜେତା ସଂଗୀତ ନିର୍ଦେଶକ ହାନ୍ସ ଜିମର୍ ଓ ଏ. ଆର୍. ରହମାନ ଏହି ଚଳଚ୍ଚିତ୍ରର ସଂଗୀତ ନିର୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ଦୁଇଟି ଭାଗ ନିର୍ମାଣ ପାଇଁ ୪୦୦୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି ବୋଲି ଏହାର ପ୍ରଯୋଜକ ନମିତ ମଲ୍ହୋତ୍ରା ପ୍ରକାଶ କରିଛନ୍ତି।
ଚର୍ଚ୍ଚା news












