ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:- ରାଷ୍ଟ୍ର ସଙ୍ଗୀତ ବନ୍ଦେ ମାତରଂ ଗାନ ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଆଜି ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠାରେ ସାମୁହିକ ଭାବେ ଗାନ କରାଯାଉଛି।ଏହି ଅବସରରେ ଗୁଣପୁର ବ୍ଲକ୍ ଓ ପୌର ପରିଷଦ ରେ ସାମୁହିକ ଭାବରେ ଗାନ କରିବା ସହ କୃତି ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।ଗୁଣପୁର ପୌର ପରିଷଦର ତରଫରୁ ଟାଉନ୍ ହଲ ପରିସରରେ ବନ୍ଦେ ମାତରାମ ସାମୁହିକ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ।ଅଧ୍ୟକ୍ଷା ମମତା ଗୌଡ,ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଉପସ୍ଥିତି ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ସେହିପରି ବ୍ଲକ କାର୍ଯ୍ୟାଳୟ ଠାରେ ଗୁଣପୁର ବିଡ଼ିଓ ସ୍ୱାସ୍ତିକ ଜମାଦାର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବ୍ଲକ୍ ଅଧ୍ୟକ୍ଷା ଝିଲି ଶବର,ଉପାଧ୍ୟକ୍ଷ ସୁଦର୍ଶନ ଶବର ଉପସ୍ଥିତି ରହିଥିଲେ। ପ୍ରଥମେ ପିଲାମାନେ ବିଭିନ୍ନ ପ୍ରକାର ଗୀତଗାଇ ଥିଲେ।ପରେ ସାମୁହିକ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ସାହ ସ୍କୁଲ୍ ଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତି ରହିଥିଲେ।ନୂତନ ପିଢ଼ି ର ଛାତ୍ର ଛାତ୍ରୀ ମାନେ ନିଜ ରାଜ୍ୟ ତଥା ମାତୃଭୂମି ଓଡ଼ିଶା ପ୍ରତି ରାଷ୍ଟ୍ର ଭକ୍ତି ଜାଗ୍ରତ କରିବା ଏବଂ ବନ୍ଦେ ମାତାରାମ ର ଐତିହାସିକ ଗୁରୁତ୍ଵ ଉପରେ ସଚେତନତା କରିବା ଏହାର ମୂଳ ଲକ୍ଷ ବୋଲି କହିଥିଲେ ବିଡ଼ିଓ।
ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମୁହିକ ଗୀତ ଗାନ
By Charcha News












