ସାମ୍ବାଦିକ ରାଜୀବ କୁମାର ବେହେରା
ମୟୂରଭଞ୍ଜ : ଗତ ସୋମବାର (୨୭ ତାରିଖ) ଉଦଳା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଜନଶୁଣାଣୀରେ କପ୍ତିପଦା ବ୍ଲକର ବଡ଼ଗୁଡ଼ିଆ ପଂଚାୟତର ନଅ ନମ୍ବର ୱାର୍ଡରେ ହୋଇଥିବା ମେଟାଲ ଓ ମୁରୁମ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ ଉଠିଥିଲା। ଏହା ସମ୍ପର୍କରେ ଉକ୍ତ ପଂଚାୟତର ଜଗେନ୍ଦ୍ର ପୃଷ୍ଟି, ପ୍ରଭାକର ପୃଷ୍ଟି, ମଗନ କୁମାର ବିନ୍ଧାଣି, ଦୁଷ୍ମନ୍ତ ବିନ୍ଧାଣି ଓ ଅଜୟ କୁମାର ବିନ୍ଧାଣି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଆଜି କପ୍ତିପଦା ରୁରାଲ ଡେଭଲପମେଣ୍ଟ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିଅର ନିଜ କର୍ମଚାରୀମାନଙ୍କ ସହ ଏବଂ ସରପଞ୍ଚଙ୍କ ଉପସ୍ଥିତିରେ ଉକ୍ତ କାମସ୍ଥଳରେ ପହଁଚି ତଦାରଖ କରିଥିଲେ। ତଦାରଖ ସମୟରେ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପରିସ୍ଥିତି ଜଟିଳ ହେବାରୁ ୧୧୨ ନମ୍ବରକୁ ଫୋନ୍ ଯିବା ସହିତ କପ୍ତିପଦା ପୋଲିସ ଦଳ ସ୍ଥଳରେ ପହଁଚିଥିଲା। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା କାମ ଅତି ନିମ୍ନ ମାନରେ କରାଯାଇଥିଲା ଓ କାମ ଚାଲୁଥିବା ବେଳେ କେହି ବିଭାଗୀୟ ଅଧିକାରୀ ପୂର୍ବରୁ ତଦାରଖ କରିନଥିଲେ। ମିଡିଆ ସମ୍ମୁଖରେ କିଛି ପ୍ରତିକ୍ରିୟା ନ ଦେଇ, ବିଭାଗୀୟ ଅଧିକାରୀ ରାସ୍ତା ତଦାରଖ କରିବା ନାମରେ କର୍ମୀମାନଙ୍କୁ ନେଇ ସ୍ଥଳ ଛାଡ଼ିଥିଲେ। ଏବେ ଦେଖିବାକୁ ଥିଲା, ବିଭାଗୀୟ ତଦନ୍ତ ପରେ କିପରି କାର୍ଯ୍ୟାନୁଷ୍ଠାନ ହେଉଛି ଓ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଏ କି ନାହିଁ।
ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ଆସିଷ୍ଟାଣ୍ଡ ଇଞ୍ଜିନିଅରଙ୍କ ପରିଦର୍ଶନ
By Charcha News











