ରବିନ୍ଦ୍ର ନାଥ ମହାପାତ୍ର
Rayagada
ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ର ଉନ୍ନତି କରଣ ପାଇଁ ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 36 କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ତାର ଶିଳାନ୍ୟାସ କାରାଯାଇଛି.। ପ୍ରଥମ ପ୍ରଯ୍ୟୟରେ 26 କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଆନୁକୂଳରେ କାଶୀକଞ୍ଚନ ପ୍ରାଇଭେଟ ଲିମିଟେଡ଼ କନଷ୍ଟ୍ରସନ ଦ୍ୱାରା ଆଜି ଶିଳାନ୍ୟସ କରାଯାଇଛି। ମନ୍ଦିରର ଚତୁର୍ପାର୍ଶ୍ବରେ ଉନ୍ନତିକରଣ କରାଯିବା ସହ ତିନି ଦ୍ବାର ପାଇଁ ପକ୍କା ରାସ୍ତା,ଅତିଥି ଭବନ,ମନ୍ଦିର କାର୍ଯ୍ଯାଳୟ, ମୁଣ୍ଡନ କକ୍ଷ,ପାର୍କ,ଶୈଚାଳୟ, ବିଶ୍ରାମଗାର ଓ ଯାନବାହନ ରଖିବା ପାଇଁ ପାର୍କିଂ ର ବ୍ଯବସ୍ଥା କରାଯିବ। ଆସନ୍ତା 24 ମାସ ମଧ୍ଯରେ ସମସ୍ତ କାର୍ଯ ଶେଷ କରିବା ପାଇଁ ଉକ୍ତ ଠିକା ସଂସ୍ଥା ଲକ୍ଷ ଧାର୍ଯ୍ୟ ରଖିଛି। ମନ୍ଦିର କୁ ରାଜ୍ଯ ତଥା ବାହାର ରାଜ୍ଯର ଶ୍ରଦ୍ଧାଳୁ ମାନେ ଆସି ଯେପରି ମାଙ୍କର ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ପ୍ରକାର ବ୍ଯବସ୍ଥା କରାଯିବ। କହିବାକୁ ଗଲେ ସଂପୂର୍ଣ୍ଣ ଭାବେ ମଝୀଘରିଆଣୀ ପୀଠର ରୂପରେଖ ବଦଳିଯିବ ବୋଲି କୁହାଯାଇଛି।ଯାହାକୁ ନେଇ ଶ୍ରଦ୍ଧାଳୁ ମାନେ ମଧ୍ଯ ବେଶ୍ ଖୁସି ଅନୁଭବ କରିବା ସହ ମନ୍ଦିର ପରିଚାଳନା କମିଟି ପୂର୍ବ ସରକାର ଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।
ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ଶିଳାନ୍ୟାସ
By Charcha News










