ବଲାଙ୍ଗିର, (ଦେବେନ୍ଦ୍ର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରୋତ ପେଷ୍କ୍ସ ରେ ଆଜି ଧାନ ମଣ୍ଡି ଉଦଘାଟନ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଳିଂଗ ଯୋଗ ଦେଇଥିବା ବେଳେ ସି ଆର ସି ଏସ ପ୍ରମୋଦ ବରିହା , ଏ ଆର ସି ଏସ ପ୍ରିବେଲି ସୁରେନ୍ , ଆର ଏମ ସି ସମ୍ପାଦକ ବଳରାମ ଡ୍ରେନା , ସ୍ଥାନୀୟ ସରପଞ୍ଚ ଜୟଲ।ଲ ସିନ୍ଦୂର ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ପେକ୍ସ ସଭାପତି ଶଶାଙ୍କ ଶେଖର ଭୋଇ ମଞ୍ଚ ପରିଚାଳନା କରିଥିଲେ ।ଏହିପରି ପେସ୍କ୍ସ ଡାଇରେକ୍ଟର ଭାନୁମତୀ ପଟେଲ ମଧ୍ୟ ଅତିଥି ଭାବେ ମଞ୍ଚାସିନ ଥିଲେ ।ଏହି ପେଷ୍କ୍ ରୋତ , ନୁନିଆପାଲି , ଉପରବ ।ହାଲ ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଓ 1971 ମସିହା ଠାରୁ ଉକ୍ତ ପେସ୍କ ଚାଲିଥିବା ମୁଖ୍ୟ ଅତିଥି ପ୍ରକାଶ କରିଛନ୍ତି l ଏହା ବ୍ୟତୀତ 1146 ଜଣ ଚାଷୀ ପଞ୍ଜିକରଣ ହୋଇଥିବା ବେଳେ 337 ଜଣଙ୍କ ଟୋକନ ଆସିଥିବା ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁ ଙ୍କ ଠାରୁ ପ୍ରକାଶ ।ମୁଖ୍ୟଅତିଥି ଡ଼ ମହାଳିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ବର୍ଷ ଏହି ସମୟରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହେବା ସହ ସେଟ୍ ନିର୍ମାଣ କରାଯିବ l ଏହାସହ ଗୋଡାଉନ୍ ଘର ଉପର ପ୍ରସ୍ଥ କରାଯିବ । ଏହି ପରି ସହଜ ସୁବିଧାରେ ଧାନକ୍ରୟ କରାଯିବ ବୋଲି ସଭାପତି ଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ କୃଷକ ଙ୍କ ସମାବେଶ ହୋଇଥିଲା । ଶେଷରେ ସଭାପତି ଶଶାଙ୍କ ଶେଖର ଭୋଇ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ l
ରୋତ ପେକ୍ସ ରେ ଧାନମଣ୍ଡି ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
By Charcha News












