BY-ରାଜୀବ କୁମାର ବେହେରା
ଉଦଳା : ମାଆ ଶାଢ଼ୀ ରେ ଦୋଳି ଖେଳୁ ଥିବା ବେଳେ ଦୋଳି ରୁ ଖସି ନାବାଳକ ର ଶୋଚନୀୟ ମୃତ୍ୟୁ l
ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଶାଢ଼ୀରେ ଦୋଳି ଖେଳୁଥିବା ବେଳେ ଖସି ପଡ଼ି ୮ ବର୍ଷର ଜଣେ ନାବାଳକଙ୍କ ଦୁଃଖଦ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁସାରେ, ଶିଶୁଟି ଘର ନିକଟରେ ଅନ୍ୟ ଶିଶୁମାନଙ୍କ ସହ ଖେଳୁଥିବା ସମୟରେ ଶାଢ଼ୀ ଦ୍ୱାରା ତିଆରି ଦୋଳିରେ ଝୁଲୁଥିଲେ। ଏହି ସମୟରେ ହଠାତ୍ ଗୋଡେଇ ଯିବାରୁ ସନ୍ତୁଳନ ହରାଇ ତଳକୁ ଖସି ପଡ଼ିଥିଲେ। ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଶିଶୁଟିଙ୍କୁ ଉଦଳା ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।ଏହି ଅକାଳ ମୃତ୍ୟୁ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ପସରିଛି। ସ୍ଥାନୀୟ ଲୋକମାନେ ଏହାକୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି କହିଥିବା ସହ, ଶିଶୁମାନଙ୍କ ଖେଳାଖେଳି ସମୟରେ ଅଭିଭାବକମାନଙ୍କ ସତର୍କତା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ।
ଚର୍ଚ୍ଚା NEWS












