Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, May 7
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଶିକ୍ଷା ବିକାଶର ଚାବିକାଠି: ଗଣଶିକ୍ଷାମନ୍ତ୍ରୀ

    ଶିକ୍ଷା ବିକାଶର ଚାବିକାଠି: ଗଣଶିକ୍ଷାମନ୍ତ୍ରୀ

    By Charcha NewsMarch 8, 2026
    Share
    Facebook Twitter Email WhatsApp


    ରାୟଗଡ଼ /ରବିନ୍ଦ୍ର ନାଥ ମହାପାତ୍ର: ରାୟଗଡ଼ା ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ମେଳା ସହ ଆଭାସୀ ସଂସଦ କାର୍ଯ୍ୟକ୍ରମ ଦୁଇଦିନ ଧରି ଜିସିଡି ଉଚ୍ଚବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ଯୋଗଦେଇ ଉଦବୋଧନ ରଖିଥିଲେ | ବିକଶିତ ଭାରତ ଗଠନ ନିମନ୍ତେ ବିକଶିତ ଓଡିଶା ର ପ୍ରସ୍ତୁତି ଓ 2036 ମସିହା ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ସରକାର ସଂକଳ୍ପ ବଦ୍ଧ | ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସରକାର ମୋଟ ଛବିଶି ଗୋଟି ଉଚ୍ଚ ବିଦ୍ୟାଳୟକୁ ପିଏମଶ୍ରୀ ଘୋଷଣା କରିଛନ୍ତି | ଏଠାରେ ପିଲାଙ୍କୁ ସ୍ମାର୍ଟ ଶ୍ରେଣୀଗୃହ, ଡିଜିଟାଲ ଶିକ୍ଷା ସହ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି | ଜାତୀୟ ଶିକ୍ଷାନୀତି ଆଧାରରେ ବିଦ୍ୟାଳୟ ଗୁଡିକର ବିକାଶ କରିବା ସହ ନୂତନ ଶିକ୍ଷକ ପଦବୀ ପୂରଣ, ଓଡ଼ିଆ ଭାଷାର ଅସ୍ମିତା ରକ୍ଷା ସହ ଆଞ୍ଚଳିକ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା, ଅଧାରୁ ପାଠ ଛାଡିଥିବା ଶିଶୁଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ବୟସ୍କଙ୍କ ପାଇଁ ମୁକ୍ତ ବିଦ୍ୟାଳୟ ଶିକ୍ଷାଦାନର ବ୍ୟବସ୍ଥା, ମାଧୋସିଂ ହାତ ଖର୍ଚ୍ଚ ଯୋଜନା, ଉଚ୍ଚବିଦ୍ୟାଳୟର ଶିଶୁଙ୍କୁ ପୋଷଣ ଯୋଜନାରେ ସାମିଲ କରିବା ଆଦି ସରକାରଙ୍କ ପଦକ୍ଷେପମାନ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି | ସେହିପରି ମାନ୍ୟବର ମନ୍ତ୍ରୀ ଛାୟା ସଂସଦ କାର୍ଯ୍ୟକ୍ରମରେ ଯୋଗଦେଇ ଆଦର୍ଶ ସଂସଦର ଉଦଘାଟନ କରିଥିଲେ | ଶିଶୁଙ୍କ ବିରୋଧୀ ଭୂମିକାରେ ବିକାଶ ସମ୍ପର୍କିତ ପ୍ରଶ୍ନବାଣ ଓ ଆଭାସୀ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତ୍ୟୁତ୍ତରରେ ଆଭାସୀ ସଂସଦର ପରିସର ଅଧିକ ରୋମାଞ୍ଚକର ତଥା ହୃଦୟସ୍ପର୍ଶୀ ହୋଇଥିଲା | ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଆୟୋଜନର ଭୂୟସୀ ପ୍ରଶଂସା କରିବା ସହ ରାଜ୍ୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ପ୍ରଶଂସିତ ହେବା ପାଇଁ ଉତ୍ସାହିତ କରିଥିଲେ | ଶ୍ରୀଯୁକ୍ତ ଗଣ୍ଡ ପିଲାଙ୍କୁ ସାହାସୀ, ଆତ୍ମବିଶ୍ୱାସୀ ଓ କର୍ମବୀର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହ ବିବେକାନନ୍ଦ ଓ ନେଲସନ ମଣ୍ଡେଲାଙ୍କ ଜୀବନୀର ଉଦାହରଣ ଦେଇ ଭଲ ମଣିଷ ହେବାର ମନ୍ତ୍ର ପ୍ରବର୍ତ୍ତାଇଥିଲେ |
    ଏଡିଇଓ ଶାନ୍ତିଲତା ମୁନି ଗଳ୍ପ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ଅନେକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିଥିଲେ |
    ଉଦ୍ୟଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଉକ୍ତିରେ ପିଲାଙ୍କୁ ଚରିତ୍ର ଗଠନ ଓ ମୁଲ୍ୟବୋଧ ଭିତ୍ତିକ ଶିକ୍ଷା ଉତ୍ତମ ନାଗରିକ ଗଠନରେ ସାହାଯ୍ୟ କରେ , କର୍ତ୍ତବ୍ୟ ଓ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ ବୋଲି କହିଥିଲେ | ବିଭିନ୍ନ କ୍ଷେତ୍ରରେ ପ୍ରଥମ ତିନିଜଣ କୃତ୍ତି ଶିଶୁଙ୍କୁ ପୁରସ୍କୃତ କରିଥିଲେ | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଉତ୍ତମ ପ୍ରଦର୍ଶନକାରୀ ଶିଶୁ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାହାକ କହିଛନ୍ତି |

    ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ,  ଶାନ୍ତିଲତା ମୁନି ଓ ସସ୍ମିତା ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଙ୍କ ସହ ନମିତା ପଧାନ,  ସୁନୀତା ଭୁଏ, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ସସ୍ମିତା ମିଶ୍ର, ସୁରେଶ ପଟ୍ଟନାୟକ,  ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ , ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ,  ପି ଏମ ଶ୍ରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ  ଶିକ୍ଷୟିତ୍ରୀ,  ଜିଲ୍ଲା ସମଗ୍ର ଶିକ୍ଷାର କର୍ମକର୍ତ୍ତା ବୃନ୍ଦ ସମେତ ଏକ ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ |
    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.