କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ଗାଁରେ ଷଣ୍ଢ ଆତଙ୍କ। ଗ୍ରାମ ମନ୍ଦିର ରେ ଶିବରାତ୍ରି ପାଇଁ ଭୋଜି ଚାଲିଥିବା ବେଳେ ଷଣ୍ଢ ମୁଣ୍ଡରେ ଏକ ଡେ଼କଚି ପଶି ଯାଇଥିଲା। ଫଳରେ ଷଣ୍ଢଟି ଏଣେତେଣେ ଘୁରି ବୁଲିଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଗ୍ରାମବାସୀ। ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଷଣ୍ଢ ମୁଣ୍ଡରୁ ଡେ଼କଚିକୁ ବାହାର କରିଥିଲେ। ଫଳରେ ଗ୍ରାମବାସୀ ମାନେ ଆଶ୍ବସ୍ତି ଲାଭ କରିଛନ୍ତି।
ଷଣ୍ଢ ମୁଣ୍ଡରେ ପଶିଲା ଡେ଼କଚି। ଅଗ୍ନିଶମ ବାହିନୀ କର୍ମଚାରୀ ବାହାର କରିବା ପରେ ଲୋକଙ୍କ ଆଶ୍ବସ୍ତି
By Charcha News












