ଉଦଳା : (ରାଜୀବ କୁମାର ବେହେରା ) – ସନ୍ଧ୍ୟା ସମୟରେ ଧୁମସା ଦେଖିବାକୁ ଘର ଖାଲି ରଖି ଲୋକେ ବାହାରକୁ ଯାଇଥିବା ବେଳେ, ୨ ଘଣ୍ଟା ଭିତରେ ପୃଥକ ପୃଥକ ଜାଗାରେ ଲୁଟ,ଉଦଳା ଅଞ୍ଚଳରେ ଦୁର୍ବୃତ୍ତମାନେ ସୁଯୋଗ ନେଇ ସିରିଜ ଚୋରୀ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୩ଟି ସ୍ଥାନରେ ଚୋରୀ ହୋଇଥିବା ଅଭିଯୋଗ ଆସିଛି, ଓ ଲକ୍ଷାଧିକ ଟଙ୍କାର ସୁନା-ଗହଣା ସହ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଯାଇଥିବା କୁହାଯାଉଛି।
ସୂଚନା ଅନୁସାରେ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ, ଡିହିରାକୁଳ ଅଞ୍ଚଳର ଓ କପ୍ତିପଦା ଅଞ୍ଚଳରେ ଜିଡ଼ରା ପୋଲ ନିକଟରେ ଅବସର ପ୍ରାପ୍ତ ବନ କର୍ମଚାରୀ ଘରୁ ଏହି ସିରିଜ ଚୋରୀ ଘଟିଛି। ଘରେ କେହି ଉପସ୍ଥିତ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରୀ କରିଥିବା କୁହାଯାଉଛି।
ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ଦାଖଲ ହେବା ପରେ ଉଦଳା ପୋଲିସ ଓ କପ୍ତିପଦା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ ସହ ଦୁର୍ବୃତ୍ତମାନଙ୍କ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି।
ସନ୍ଧ୍ୟା ସମୟରେ ଏପରି ସିରିଜ ଚୋରୀ ଘଟଣା ଘଟିବା ପରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସନ୍ଧ୍ୟାସମୟରେ ଉଦଳାରେ ସିରିଜ ଚୋରୀ : ଧୁମସା ଦେଖିବାକୁ ଯାଇଥିବା ସୁଯୋଗରେ ଲକ୍ଷାଧିକ ଟଙ୍କାର ଗହଣା ଓ ସମ୍ପତ୍ତି ଲୁଟ
By Charcha News












