ଉମରକୋଟ/ଶ୍ରୀକାନ୍ତ ନନ୍ଦ: ଉମରକୋଟ ସ୍ଥିତ ସରସ୍ଵତୀ ଶିଶୁମନ୍ଦିର ବିଦ୍ୟାଳୟ ର 27 ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଟିତ ହୋଇ ଥିଲା l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ଉମରକୋଟ ସ୍ଥିତ ଯୋଗ୍ନୀ ଠାକୁରାଣୀ ମନ୍ଦିର ଠାରୁ ମସାଲ ଧରି ବିଦ୍ୟାଳୟକୁ ପହଁଞ୍ଚିଥିଲେ I ଏହାପରେ ବିଦ୍ୟାଳୟର ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ସଭାର ଆୟୋଜନ କରାଯାଇଥିଲା l ଏହି ଉଦଘାଟନୀ ଉତ୍ସବ ରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭାସ୍କର ମହାପାତ୍ର l ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ସତ୍ୟବ୍ରତ କର l ଏହି ସଭାକୁ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ବେବର୍ତା I ଏହି ଅବସରରେ ମୁଖ୍ୟ ଅତିଥି ଭାବ ଶ୍ରୀ ରାମ ନାୟକ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଛାତ୍ର ଛାତ୍ରୀ ମାନକୁ କ୍ରୀଡ଼ାର ନିୟମ ମାନିବା ନିମନ୍ତେ ସପତ ପାଠ କରାଇ ଥିଲେ ଓ ତାଙ୍କରି ଅଭି ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଖେଳରେ ଭାଗ ନେବାକୁ ପରାମର୍ଶ ଦେବା ସହ ଖେଳିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ମାନସିକ ର ଅଭି ବୃଦ୍ଧି ଘଟି ଥାଏ ବୋଲି ପରାମର୍ଶ ଦେଇଥିଲେ l ଏହି କ୍ରୀଡା କୁ ପରିଚାଳନା କରିଥିଲେ ଗୁରୁଜୀ ପ୍ରଦୀପ କୁମାର ନାୟକ, ପ୍ରଶାନ୍ତ ଘୋଷ, ବୋଲଭ ନାୟକ, ସନ୍ତୋଷ ବେବର୍ତା, ଓ ଗୁରୁମା ନର୍ମଦା ସାହୁ, ସୁରଭି ଶର୍ମ, ସୁକାନ୍ତି ସାହୁ l ଖେଳ ଶେଷରେ ବିଦ୍ୟାଳୟ ପ୍ରଧାନ ଗୁରୁଜୀ ଶ୍ରୀ ଭାସ୍କର ମହାପାତ୍ର କ୍ରୀଡା ପତାକା କୁ ଅବତରଣ କରିଥିଲେ l
ସରସ୍ଵତୀ ଶିଶୁମନ୍ଦିର ବିଦ୍ୟାଳୟ ର 27 ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
By Charcha News












